ସ୍ୱାମୀର ପରକୀୟା ପ୍ରୀତି ନେଲା ସ୍ତ୍ରୀର ଜୀବନ – Ibnodisha

[ad_1]
ଗାନ୍ଧୀନଗର: ସ୍ୱାମୀଙ୍କ ପରକୀୟା ପ୍ରୀତି ନେଲା ସ୍ତ୍ରୀର ଜୀବନ । ଜଙ୍ଗଲରୁ ମିଳିଲା ବିବାହିତା ମହିଳା ମୃତଦେହ । ସ୍ୱାମୀ ପ୍ରେମିକା ସହ ମିଶି ହତ୍ୟା କରିଥିବା ଅଭିଯୋଗ । ମୃତକଙ୍କ ସ୍ୱାମୀ ପୋଲିସ କନେଷ୍ଟବଳ ଥିବା ବେଳେ, ତାଙ୍କ ଅବୈଧ ସମ୍ପର୍କରେ କଣ୍ଟା ସାଜିଥିଲେ ତାଙ୍କ ସ୍ତ୍ରୀ । ତେଣୁ ତାଙ୍କ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ଲୋକ । ତେବେ ପୋଲିସର ତଦନ୍ତ ଜାରି ରହିଛି । ମୃତକଙ୍କ ସ୍ୱାମୀଙ୍କୁ ପୋଲିସ ଗିରଫ କରିଛି । ଛୋଟ ଉଦୟପୁରର ପିପଲେଜ ଗ୍ରାମର ଜଙ୍ଗଲ ସୀମାରୁ ଜଣେ ମହିଳାଙ୍କ ମୃତଦେହ ମିଳିଛି । ସେ ଛୋଟ ଉଦୟପୁରର ପୋଲିସ ଷ୍ଟେସନରେ କନେଷ୍ଟବଳ ଥିବା ବନସନ ଭାଇଙ୍କ ସ୍ତ୍ରୀ କେଲିବେନ । ତେବେ ଗତ ଏକ ବର୍ଷ ହେବ ଅଭିଯୁକ୍ତ କନେଷ୍ଟବଳ ଆଉ ଜଣେ ମହିଳାଙ୍କ ସହ ଅବୈଧ ସମ୍ପର୍କ ଥିବା ମୃତକଙ୍କ ପରିବାର ଲୋକ କହିଛନ୍ତି । କେଲିବେନଙ୍କୁ ଏସବୁ ଘଟଣା ଜାଣିବା ପରେ ସେ ବହୁବାର ଆକଟ ମଧ୍ୟ କରିଥିଲେ ।
ଫଳରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବହୁବାର ଝଗଡ଼ା ମଧ୍ୟ ହୋଇଥିଲା । ତେବେ ମିଳିଥିବା ମୃତଦେହରେ ୨୦ରୁ ୨୫ କ୍ଷତ ଥିବା ବେଳେ ତାଙ୍କୁ ଛୁରୀରେ ହତ୍ୟା କରିଥିବା ଜଣାପଡିଛି । ଛୋଟ ଉଦୟପୁରର ପିପଲେଜ ଗ୍ରାମର ଜଙ୍ଗଲ ସୀମାରେ ମୃତଦେହ ମିଳିବା ପରେ ବନ ବିଭାଗ ପୋଲିସକୁ ଖବର ଦେଇଥିଲା । ପୋଲିସ ଆସିବା ପରେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ଏଥିସହ ମୃତକଙ୍କ ସ୍ୱାମୀଙ୍କୁ ପୋଲିସ ଗିରଫ କରିଛି । ମୃତକଙ୍କ ଭାଇ କହିଛନ୍ତି ଯେ, ବନସନ ହେଉଛନ୍ତି ତାଙ୍କ ଭିଣେଇ । ତାଙ୍କ ଭଉଣୀଙ୍କୁ ବନସନ ହିଁ ହତ୍ୟା କରିଛନ୍ତି । ଆମେ ତାଙ୍କ ବିରୁଦ୍ଧରେ ଏତଲା ଦେଇଛୁ । ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାଇ ବନସନଙ୍କର ବର୍ଷେ ହେବ ଜଣେ ମହିଳାଙ୍କ ସହ ଅବୈଧ ସମ୍ପର୍କ ଥିବା ସହ ସେ ସେହି ମହିଳାଙ୍କ ସାଙ୍ଗରେ ରହୁଥିଲେ । ତେବେ କେଲିବେନ ତାଙ୍କ ରାସ୍ତାରେ ବାଧା ଥିବାରୁ ବନସନ ତାଙ୍କର ହତ୍ୟା କରିଥିବା ଅଭିଯୋଗ ଆସିଛି ।
[ad_2]