ଦେଶ

ପୁଅର ରକ୍ତଭିଜା ପୋଷାକ ପିନ୍ଧି ପୁଅ ପାଇଁ ନ୍ୟାୟ ମାଗିବେ ବାପା – Ibnodisha

[ad_1]

ଚଣ୍ଡୀଗଡ଼: ପୁଅକୁ ନ୍ୟାୟ ମିଳିନଥିବାରୁ ରକ୍ତଭିଜା ପୋଷାକ ପିନ୍ଧି ଲୋକଙ୍କ ପାଖକୁ ଯିବେ ଓ ସରକାରଙ୍କ ନିକଟରେ ନ୍ୟାୟ ଭିକ୍ଷା କରିବେ | ଦିବଂଗତ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ପିତାଙ୍କ ବଡ ବିବୃତ୍ତି ସାମ୍ନାକୁ ଆସିଛି। ରବିବାର ମୋସା ଗାଁରେ ସିଦ୍ଧୁଙ୍କ ପ୍ରଶଂସକଙ୍କୁ ସମ୍ବୋଧିତ କରୁଥିବାବେଳେ ମୋସେୱାଲାଙ୍କ ପିତା ବଳକୌର ସିଂ କହିଛନ୍ତି ଯେ ସେ ସରକାରଙ୍କ ଉପରୁ ବିଶ୍ୱାସ ହରାଇଛନ୍ତି। ଯଦି ତାଙ୍କ ପୁଅର ହତ୍ୟା ମାମଲାରେ ନ୍ୟାୟ ମିଳିବ ନାହିଁ, ତେବେ ସେ କୋର୍ଟକୁ ଯିବେ ଏବଂ ତାଙ୍କ ପୁଅର ରକ୍ତ ଜୁଡୁବୁଡୁ ପୋଷାକ ପିନ୍ଧି ଲୋକଙ୍କ ପାଖକୁ ଯିବେ । ମୁସେୱାଲାଙ୍କ ପ୍ରଶଂସକଙ୍କୁ ସମ୍ବୋଧିତ କରି ସିଦ୍ଧୁଙ୍କ ପିତା ଆହୁରି କହିଛନ୍ତି ଯେ ନ୍ୟାୟ କେଉଁଠାରେ ଅଛି।

ଆଜି ବି ଏହି ଗ୍ୟାଙ୍ଗଷ୍ଟର ଖୋଲାଖୋଲି ଭାବେ କଳା ରଙ୍ଗର ଚଷମା ପିନ୍ଧି କୋର୍ଟରେ ହାଜର ହେବାକୁ ଆସୁଛନ୍ତି। ସେ କହିଛନ୍ତି ଯେ ଆପଣ ନିଶ୍ଚୟ ଦେଖିଥିବେ ଯେ କୋଟି କୋଟି ଟଙ୍କାର ହେରୋଇନ୍ ମାମଲାରେ ଲରେନ୍ସ ବିଷ୍ଣୋଇଙ୍କୁ କୋର୍ଟକୁ ନିଆଯାଉଥିଲା, ସେତେବେଳେ ସେ କଳା ରଙ୍ଗର ଚଷମା ଏବଂ ବ୍ରାଣ୍ଡେଡ୍ ପୋଷାକ ପିନ୍ଧିଥିବାର ନଜର ଆସିଥିଲେ। ସେ କହିଛନ୍ତି ଯେ ସରକାର ଏବଂ ପୁଲିସ ଅଧିକାରୀ ତଥା ରାଜନେତାଙ୍କ ସହଯୋଗ ହେତୁ ଏହି ସବୁ ଘଟୁଛି। ଉଲ୍ଲେଖ ଥାଉ କି ଯେ ସିଦ୍ଧୁଙ୍କ ପିତା ଏକ ନୂଆ କୁର୍ତ୍ତା ସିଲେଇ କରିଛନ୍ତି। ଯେଉଁଥିରେ ତାଙ୍କ ପୁଅ ସିଦ୍ଧୁଙ୍କ ହତ୍ୟା ସ୍ଥାନର ଫଟୋ ଛପା ଯାଇଛି | ଏହା ସହିତ ସିଦ୍ଧୁଙ୍କୁ ନ୍ୟାୟ ମିଳୁ ବୋଲି ମଧ୍ୟ ଲେଖାଯାଇଛି। ଉଲ୍ଲେଖ ଥାଉ କି ମେ ୨୯, ୨୦୨୨ରେ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରାଯାଇଥିଲା। ଆକ୍ରମଣକାରୀମାନେ ମୁସେୱାଲାଙ୍କ ଉପରେ ୧୨ ରାଉଣ୍ଡ ଗୁଳି ଚଳାଇଥିଲେ।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button