ରାଜ୍ୟ
ହାଇକୋର୍ଟରେ ହାତୀ ମୃତ୍ୟୁ ମାମଲା; ଆସନ୍ତା ୧୧ ତାରିଖରେ ବସିବ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ – Ibnodisha
[ad_1]
କଟକ: ହାଇକୋର୍ଟରେ ହାତୀ ମୃତ୍ୟୁ ମାମଲା । ହାତୀ ମୃତ୍ୟୁ ନେଇ ହାଇକୋର୍ଟରେ ବସିବ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ । ହାତୀ ମୃତ୍ୟୁ ରୋକିବା ନେଇ ରାଜ୍ୟରେ ହୋଇଥିବା ପଲିସି ସମ୍ପର୍କରେ ଏହି ବୈଠକରେ ଜଣାଇବେ ଜଏଣ୍ଟ ଟାସ୍କଫୋର୍ସ । ଆସନ୍ତା ୧୧ ତାରିଖ ଅପରାହ୍ନ ସାଢେ ୪ ଟାରେ ବସିବ ଏହି ବୈଠକ । ଜଏଣ୍ଟ ଟାସ୍କଫୋର୍ସ ସହିତ ଆବେଦନକାରୀ ଓ ଇଣ୍ଟରଭେନର ଓକିଲ ସାମିଲ ହେବେ । କି ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ଜଣାଇବେ ଜଏଣ୍ଟ ଟାସ୍କଫୋର୍ସ । ସେହି ଦିନ ହାଇକୋର୍ଟରେ ମାମଲାର ଶୁଣାଣି ମଧ୍ୟ ରହିଛି । ଓଡିଶାରେ ହାତୀ କରିଡର ପାଇଁ ସେଦିନ ହେବ ଶୁଣାଣି। ଗତ ଦେଢ଼ ମାସରେ ଓଡ଼ିଶାରେ ୨୪ ଟି ହାତୀ ମୃତ୍ୟୁ ହୋଇଛି । ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠରେ ଥିଲା ଏହି ଶୁଣାଣି । ଆବେଦନକାରୀ ଗୀତା ରାଉତଙ୍କ ପକ୍ଷରୁ ରୁଜ୍ଜୁ ହୋଇଛି ଏହି ମାମଲା । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଆବେଦନକାରୀଙ୍କ ଓକିଲ ଆଶିଷ ମିଶ୍ର ।
[ad_2]