ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଶତାଧିକ ନେତା କଂଗ୍ରେସ ଓ ବିଜେଡି ଦଳ ଛାଡି ବିଜେପିରେ ମିଶିଲେ – Ibnodisha

[ad_1]
ବିଜେଡିର ଦୁର୍ନୀତି, ଭ୍ରଷ୍ଟାଚାର ଶାସନ ଖୁବଶୀଘ୍ର ସମାପ୍ତ ହେବ
: ମନମୋହନ ସାମଲ
ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ରାଜ୍ୟ ସଭାପତି କଲେ ସ୍ୱାଗତ
ଭୁବନେଶ୍ୱର/ଭଦ୍ରକ : ଆଜି ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଧାମରାଇ ମଣ୍ଡଳ ଅନ୍ତର୍ଗତ ଧାମରା, ଜାଗୁଳା, କରଞ୍ଜମାଳ ପଂଚାୟତରୁ ଶତାଧିକ ନେତା ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଉପସ୍ଥିତିରେ କଂଗ୍ରେସ ଓ ବିଜେଡି ଦଳ ଛାଡି ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ସମସ୍ତ ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ ରାଜ୍ୟ ସଭାପତି ଶ୍ରୀ ସାମଲ ।
ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଏବଂ ଭାରତୀୟ ଜନତା ପାର୍ଟି ପ୍ରତି ଦେଶବାସୀ ତଥା ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇ ଚାଲିଛି ଏବଂ ଆଗାମୀ ଦିନରେ ଓଡ଼ିଶାରେ ମଧ୍ୟ ଏହା ନିଶ୍ଚିତ ପ୍ରତିଫଳିତ ହେବ । ଓଡିଶାରେ ଯେଉଁ ବିଜେଡି ଶାସନରେ ଦୁର୍ନୀତି, ଭ୍ରଷ୍ଟାଚାର ଚାଲିଛି ତାହା ସମାପ୍ତ ହେବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ଏହି ମିଶ୍ରଣ ପର୍ବ ଅବସରରେ କୃଷକମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଉପେନ୍ଦ୍ର ରାଉଳ, ଜିଲ୍ଲା ଉପସଭାପତି କମଳାକାନ୍ତ ସୁତାର, ଧାମରାଇ ମଣ୍ଡଳର ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ, ବରିଷ୍ଠ ନେତା କାହ୍ନୁଚରଣ ବେହେରା, ଯୁବମୋର୍ଚ୍ଚା ମଣ୍ଡଳ ସଭାପତି ତ୍ରିଦିବେଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
[ad_2]




