ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ଉପଖଣ୍ଡ ଅଫିସ ସମ୍ମୁଖରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା

ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । ବିଦ୍ୟୁତ ଉପଖଣ୍ଡ ଅଫିସ ସମ୍ମୁଖରେ ମୃତଦେହ ରଖି ଧାରଣାରେ ବସିଲେ ପରିବାର ଲୋକେ ।
ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା ବଡ଼ଚଣା ବିଦ୍ୟୁତ ସବ୍ ଡିଭିଜନରେ ବିଦ୍ୟୁତ କର୍ମଚାରୀ ଭାବେ କାମ କରୁଥିବା ଚଣ୍ଡିତଳ ପଞ୍ଚାୟତର ଦିଲ୍ଲୀପ ମଲ୍ଲିକଙ୍କ ମଙ୍ଗଳବାର ରାତିରେ ମୃତ୍ୟୁ ହୋଇଛି ।
ବଡ଼ଚଣା ମେଡିକାଲରେ ମୃତଦେହ ରହିଥିବା ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା । ତେବେ ମୃତ୍ୟୁ କେଉଁଭଳି ଭାବେ ହୋଇଛି ତାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଡ୍ୟୁଟି ସମୟରେ ମୃତ୍ୟୁ ହୋଇଥିବାରୁ ବିଦ୍ୟୁତ ବିଭାଗର କୌଣସି ଅଧିକାରୀ ଆସି ନଥିବାରୁ ପରିବାର ଓ ଗ୍ରାମବାସୀ ନ୍ୟାୟ ଦାବିରେ ମୃତଦେହ ବଡ଼ଚଣା ଉପଖଣ୍ଡ କାର୍ଯ୍ୟାଳୟରେ ରଖି ଧାରଣା ଓ ପ୍ରତିବାଦ କରିଛନ୍ତି । ପରିବାର ଲୋକଙ୍କୁ କ୍ଷତିପୂରଣ ଦେବା ସହ ମୃତ୍ୟୁ କେଉଁଭଳି ହୋଇଛି ସେନେଇ ତଦନ୍ତ କରାଯାଇ ପଦକ୍ଷେପ ନେବା ପାଇଁ ପରିବାର ଓ ଗ୍ରାମବାସୀ ଦାବି କରିଛନ୍ତି । ଘଟଣାସ୍ଥଳରେ ବଡ଼ଚଣା ପୋଲିସ ଓ ବିଦ୍ୟୁତ ଉପଖଣ୍ଡ ଅଧିକାରୀ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରିବା ସହ ପ୍ରତିଶୃତି ଦେବା ପରେ ପରିବାର ଲୋକେ ଧାରଣାକୁ ପ୍ରତ୍ୟାହାର କରିଥିଲେ ।
:




