ଅପରାଧରାଜ୍ୟ

ସୁନା ଦୋକାନରୁ ଲୁଟ କରିବାକୁ ପ୍ରୟାସ, ୨ମହିଳା ଜଣେ ଯୁବକ ଗିରଫ

ସମ୍ବଲପୁର: ଦିନ ଦ୍ବିପହରେ ସୁନା ଦୋକାନରେ ପଶି ଚୂନା ଲଗାଇବା ପ୍ରୟାସ ଚାଲିଥିଲା। ଯୋଜନାବଦ୍ଧ ଭାବେ ସବୁକିଛି ଚାଲିଥିବା ବେଳେ ସେମାନଙ୍କ ହାବଭାବ ସନ୍ଦେହ ସୃଷ୍ଟି କରିବାରୁ ଦୋକାନ ମାଲିକ ସିସିଟିଭିରେ ନଜର ରଖିଥିଲେ। ସୁନା ଚୋରି କରି ଲୁଚାଉଥିବା ଦେଖିବା ପରେ ତୁରନ୍ତ ଥାନାକୁ ସୂଚନା ଦେଇଥିଲେ। ପୁଲିସ ଦୋକାନରେ ପହଞ୍ଚି ଯାଞ୍ଚ କରିବା ସହ ୩ ଜଣଙ୍କୁ ଗିରଫ କରିଥିଲା। ଗିରଫ ହୋଇଥିବା ୩ ଅଭିଯୁକ୍ତ ମଞ୍ଜୁ ସାହୁ, ରଶ୍ମିତା ବେହେରା ଓ ମୁନ୍ନା ବେହେରା ବୋଲି ପରିଚୟ ଦେଇଥିବା ବେଳେ ଖୋର୍ଦ୍ଧା ଜଟଣିର ବୋଲି କହିଛନ୍ତି। ତେବେ ପୁଲିସ ସେମାନଙ୍କ ଅସଲ ପରିଚୟ ଯାଞ୍ଚ କରୁଥିବା କହିଛି।ସୂଚନା ଅନୁଯାୟୀ, ଗୋବିନ୍ଦତୋଲାସ୍ଥିତ ନ୍ୟୁ ପାୟଲ ଜ୍ବେଲର୍ସରେ ଶୁକ୍ରବାର ଦିନ ୨ଟାରୁ ୨ଟା ୩୦ ସମୟରେ ୩ ଅଭିଯୁକ୍ତ ଗ୍ରାହକ ସାଜି ଭିତରକୁ ପଶିଥିଲେ। ସୁନା ଗହଣା କିଣାବେ କହି ଦେଖିବା ଆରମ୍ଭ କଲେ। ତେବେ ସେମାନଙ୍କ ହାବଭାବ ଠିକ୍‌ ନ ଲାଗିବାରୁ ଦୋକାନ ମାଲିକ ସିସିଟିଭିରେ ସେମାନଙ୍କ ଉପରେ ନଜର ରଖିଥିଲେ। ମହିଳାମାନେ କିଛି କିଛି ସୁନା ଅଳଙ୍କାର ଲୁଚାଇ ବ୍ୟାଗ୍‌ ଭିତରେ ପୂରାଇବା ଦେଖି ସେ ପୁଲିସକୁ ସୂଚନା ଦେଇଥିଲେ।

ଧନୁପାଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାମାନଙ୍କୁ ଯାଞ୍ଚ କରିବାରୁ ସେମାନଙ୍କ ପାଖରୁ ୫୦ ଗ୍ରାମ(୨ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟ)ରୁ ଅଧିକ ସୁନା ବାହାରିଥିଲା। ଯୋଜନାବଦ୍ଧ ଭାବେ ୩ ଜଣ ସୁନା ଦୋକାନ ବିତରେ ପଶିଥିବା ବେଳେ ଆଉ ଜଣେ ବ୍ୟକ୍ତି କାର୍‌ ଧରି ବାହାରେ ଅପେକ୍ଷା କରିଥିଲା। ତେବେ ପୁଲିସ ଆସିବା ଦେଖି ସେଠାରୁ ଫେରାର୍‌ ହୋଇଯାଇଥିବା ପୁଲିସ କହିଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button