ରାଜ୍ୟ

କାହିଁକି ପାଳନ କରାଯାଏ ଆଲୋକର ପର୍ବ ଦୀପୀବଳୀ

ଭୁବନେଶ୍ୱର : ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳୀ । କେବଳ ଓଡିଶାରେ ନୁହେଁ ଭାରତୀୟ ସଂସ୍କୃତି ପରମ୍ପରାରେ ଏହି ପର୍ବ କୁ ସାରା ଦେଶରେ ପାଳନ କରାଯାଏ । ଦେଶର ବିଭିନ୍ନ ପ୍ରାନ୍ତର ପ୍ରଦେଶିକ ପର୍ବ ତୁଳନାରେ ଏହାର ମହତ୍ତ୍ୱ ସବୁଠି ଆଗରେ । ଦୀପାବଳୀ ଦିନ ଓଡିଶାରେ ଆମର ପୂର୍ବ ପୂରୁଷଙ୍କୁ ଦୀ ଦାନ କରି ପୂଜାର୍ଚ୍ଚନା କରିବାର ନୀତିକାନ୍ତ ରହିଛି ।

ତେବେ ଆପଣ କଣ ଜାଣିଛନ୍ତି କି, କାହିଁକି ପାଳନ କରାଯାଏ ଦୀପାବଳୀ ? ଦୀପାବଳୀ ପାଳନ ପଛର ରହସ୍ୟ କଣ ? ତେବେ ଆସନ୍ତୁ ଜାଣିବା । ପୌରାଣିକ ଗ୍ରନ୍ଥ ଅନୁସାରେ ତ୍ରେତୟା ଯୁଗରେ ଏହି ପର୍ବ ପାଳନ ଆରମ୍ଭ ହୋଇଛି ।

୧୪ ବର୍ଷ ବନବାସ ସାରିବା ପରି ମର୍ଯ୍ୟାଦା ପୁରୁଷ ଶ୍ରୀ ରାମ ଚନ୍ଦ୍ର ଅଯୋଧ୍ୟାକୁ ଫେରିଥିଲେ । ରାମଙ୍କର ଏହି ଫେରିବା ଦିନକୁ ଅଯୋଧ୍ୟାବାସୀ ଧୁମଧାମରେ ପାଳନ କରୁଥିଲେ । ଦୀର୍ଘ ୧୪ ବର୍ଷ ଧରି ବନରେ ବିତାଇଥିବା ଶ୍ରୀରାମ ଅମାବାସ୍ୟା ତିଥିରେ ଅଯୋଧ୍ୟା ଫେରିଥିଲେ । ଏଣୁ ଏହି ଅମାବାସ୍ୟା ରାତିରେ ଅନ୍ଧାରକୁ ଦୂର କରିବା ଲାଗି ଅଯୋଧ୍ୟାବାସୀ ଦୀ ଜଳାଇଥିଲେ ।

ନିଜ ଇଷ୍ଟଙ୍କ ଆଗମନକୁ ଦୃଷ୍ଟିରେ ରଖି ଆନନ୍ଦରେ ମନାସୁଛନ୍ତି । ଶହ ଶହ ଦୀପ ଜାଳି ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କୁ ଏହି ଦିନ ସ୍ୱାଗତ କରାଯାଇଥିଲା । ସେହି ଦିନଠାରୁ ଆଲୋକର ପର୍ବ ଦୀପୀବଳୀ ପାଳନ କରାଯାଉଛି । ଏହି ଦିନ ସମସ୍ତ ଅନ୍ଧକାର ରୂପୀ ଅଶୁଭ ଶକ୍ତିର ବିନାଶ ହୋଇ ସତ୍‌ୟ ରୂପକ ଆଲୋକ ସାରା ଦୂନିଆକୁ ଆଲୋକିତ କରିଥାଏ । ଏହି ଦିନ ପିତୃପୁରୁଷଙ୍କ ସ୍ମୃତି ଉଦେଶ୍ୟରେ ପୂଜାର୍ଚ୍ଚନା କରାଯାଏ । ଦୀ ଜାଳି ସେମାନଙ୍କର ଆତ୍ମାର ସଦଗତି ପାଇଁ କାମନା କରାଯାଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button