ରାଜ୍ୟ

୨୪ ଓ ୨୫ରେ ଭକ୍ତଙ୍କୁ ପୁରୀ ମନା

ପୁରୀ: ୨୪ ଓ ୨୫ରେ ଭକ୍ତଙ୍କୁ ପୁରୀ ମନା । ସେଠାରେ ଥିବା ହବିଷ୍ୟାଳିଙ୍କ ପାଇଁ ହେବ ସ୍ୱତନ୍ତ୍ର ବ୍ୟବସ୍ଥା । ଆଗକୁ ଆସୁଥିବା ଭକ୍ତମାନଙ୍କୁ ବାରଣ କରାଯିବ । ଯେଉଁମାନେ ପୁରୀ ବାହାରୁ ଆସିଛନ୍ତି ସେମାନଙ୍କୁ ପୁରୀ ଛାଡିବାକୁ କୁହାଯିବ । ଆଉ ଯେଉଁମାନେ ରହିବେ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ । ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ସୁରେଶ ପୂଜାରୀ ।

ଶ୍ରୀ ପୂଜାରୀ କହିଛନ୍ତି ଯେ, ବାତ୍ୟା ପରବର୍ତ୍ତୀ ସମୟରେ ବିଦ୍ୟୁତ ବିଭ୍ରାଟ ହେବାର ଆଶଙ୍କା ରହିଛି। ତେଣୁ ଲୋକଙ୍କୁ କିଭଳି ଭାବରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଇ ଦିଆଯାଇପାରିବ, ସେନେଇ ଚିନ୍ତା କରାଯାଇଛି। ୨୪ ଘଣ୍ଟିଆ ବିଜୁଳି ଯୋଗାଇବା ପାଇଁ ଆମେ ନିଷ୍ପତି ନେଇଛୁ। ପୁରୀରେ ଥିବା ଶ୍ରଦ୍ଧାଳୁଙ୍କୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି। ଶ୍ରୀ ପୂଜାରୀ କହିଛନ୍ତି ଯେ, ବାତ୍ୟା ସମୟରେ ପୁରୀ ସମୁଦ୍ର କୂଳ ଅଧିକ ପ୍ରଭାବିତ ହୋଇପାରେ। ତେଣୁ ପୁରୀରେ ଥିବା ବାହାର ଲୋକ ବାହାରି ଆସିଲେ ଭଲ। ସେହିପରି ଯଦି ପୁରୀ ଯିବା ପାଇଁ ଯୋଜନା ରଖିଛନ୍ତି, ତା ହେଲେ ବାତ୍ୟା ପରେ ଯାତ୍ରା କଲେ ଠିକ୍ ହେବ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button