ରାଜ୍ୟ

ବାପାଙ୍କୁ ବଞ୍ଚାଇବା ପାଇଁ ୧୨ ବର୍ଷ ପୁଅର ସଂଘର୍ଷ – Ibnodisha

[ad_1]

ଭୁୁବନେଶ୍ୱର: ଯେଉଁ ବୟସରେ ଖେଳକୁଦ କରିବା କଥା। ଯେଉଁ ବୟସରେ ବାପା ହାତ ଧରି ଦୁନିଆ ଦେଖିବା କଥା ସେଇ ବୟସରେ ଜୀବନ କଣ ଜାଣି ନଥିବା ୧୨ ବର୍ଷ ବୟସର ପୁଅ ସ୍ୱାଗତ ବାପାଙ୍କ ଜୀବନ ବଞ୍ଚାଇବାକୁ ଅଣ୍ଟା ଭିଡ଼ିଛି। ଏଭଳି ଘଟଣା ଘଟିଛି ବରଗଡ଼ ଜିଲ୍ଲାର ତୋରା ପଞ୍ଚାୟତର ନାଗନେପାଳି ଗାଁର ବିକାଶ ବିଶାଳ କ୍ଷେତ୍ରରେ।
୫ ବର୍ଷ ତଳେ ସ୍ତ୍ରୀଙ୍କୁ ହରାଇଥିଲେ ବିକାଶ। ପୁଅକୁ ମଣିଷ କରିବା ପାଇଁ ଏକ ଢାବାରେ କାମ କରି ତାକୁ ପାଠ ପଢ଼ାଉଥିଲେ। ଦୁଃଖେ କଷ୍ଟେ ଚାଲିଥିଲା ବାପ ପୁଅଙ୍କ ସଂସାର। ହେଲେ ବିଧିର ବିଧାନ କିଛି ଅଲଗା ଥିଲା। ଦିନେ ହଠାତ ଜୀବନରେ ମାଡ଼ି ଆସିଲା କଳାବାଦଲ। ବିକାଶଙ୍କୁ ଡାଇବେଟିସ ହେବାରୁ ତାହା ଗୋଡ଼ରେ ପ୍ରଭାବ ପକାଇଲା। ଆଉ ଢାବାକୁ କାମ କରିବାକୁ ଯାଇପାରିଲେ ନାହିଁ ବିକାଶ। ଫଳରେ ରୋଜଗାର ବାଟ ବନ୍ଦ ହେଲା। ତେଣୁ ଔଷଧ କିଣିବା ସମ୍ଭବ ହେଲାନାହିଁ।
ବିକାଶଙ୍କର ଅବସ୍ଥା ଅଧିକ ଖରାପ ହେବାରୁ ସପ୍ତମ ଶ୍ରେଣୀରେ ପଠ ପଢୁଥିବା ପୁଅ ସ୍ୱାଗତ ବିଶାଳ ବାପାଙ୍କୁ ଭଲ କରିବା ପାଇଁ ପାଠପଢ଼ା ଛାଡ଼ି ଦେଲେ। ଛୋଟବେଳୁ ମା’ଙ୍କୁ ହରାଇଥିବା ସ୍ୱାଗତ ଏବେ ବାପାଙ୍କୁ ହରାଇବାକୁ ଚାହୁଁ ନାହାନ୍ତି। ସେଥି ପାଇଁ ଦିନରାତି ବାପାଙ୍କ ସେବା କରି ଚାଲିଛନ୍ତି ସ୍ୱାଗତ। ପୁଅ ବାପାଙ୍କ ପାଇଁ ଏଣେତେଣେ ମାଗି ଚିକିତ୍ସା କରୁଥିଲେ। ହେଲେ ବିକାଶଙ୍କ ସ୍ଥିତି ଅଧିକ ଗମ୍ଭୀର ହେବାରୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବାପାଙ୍କୁ ଚିକିତ୍ସା କରିବା ପାଇଁ ପୁଅ ଆଣିଛି। ଆଉ ବାପାଙ୍କୁ ଭଲ କରିବା ପାଇଁ ସରକାରଙ୍କୁ ଗୁହାରି କରି କହୁଛନ୍ତି ବାପା ଭଲ ହୋଇଗଲେ ମୁଁ ପୁଣି ସ୍କୁଲ ଯିବି। ଅନ୍ୟ ପଟେ ହସ୍ପିଟାଲ ଆସିବା ପରେ ଚିକିତ୍ସା ପାଇଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ବାପପୁଅ।
ବିକାଶଙ୍କ ଜୀବନ ବଞ୍ଚାଇବାକୁ ହେଲେ ଦୁଇଟି ଯାକ ଗୋଡ଼ କାଟିବାକୁ ପଡ଼ିବ। ହେଲେ ମେଡିକାଲର ଏକ କୋଣରେ ପଡ଼ି ରୋଗରେ ଛଟପଟ ହେଉଛନ୍ତି ବିକାଶ। ବିକାଶଙ୍କ ଚିକିତ୍ସା ପାଇଁ ଅର୍ଥର ଓ ଉତ୍ତମ ଚିକିତ୍ସାର ଆବଶ୍ୟକତା ରହିଛି। ହେଲେ ବିକାଶଙ୍କ ପାଖରେ ନିଜର ଭଙ୍ଗା ଘର ଛଡ଼ା ଆଉ କିଛି ନାହିଁ। କେମିତି ଚିକିତ୍ସିତ ହେବେ ଏନେଇ ଚିନ୍ତାରେ ୧୨ ବର୍ଷର ପୁଅ ସ୍ୱାଗତ।
ବିକାଶଙ୍କ ଦୁର୍ଦ୍ଦଶା ସଂପର୍କରେ ଖବର ପାଇ ବରଗଡ଼ର ସ୍ୱେଚ୍ଛାସେବୀ ସଂଙ୍ଗଠକମାନେ ସାହାଯ୍ୟର ହାତ ବଢ଼ାଇଛନ୍ତି। ଅନ୍ୟପଟେ ଏହି ଘଟଣାଙ୍କୁ ନେଇ ଉପଜିଲ୍ଲାପାଳଙ୍କୁ ପଚାରିବାରୁ ବିକାଶଙ୍କ ଚିକିତ୍ସା ଏବଂ ପୁଅର ପାଠପଢ଼ା ପାଇଁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ହେଲେ ସବୁଠାରୁ ବଡ଼କଥା ହେଲା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କଥା ନକହିବା ଭଲ। ଏଠାରେ ନା ଅଛି ଉତ୍ତମ ଚିକିତ୍ସା ସୁବିଧା ନା ଅଛି ଉପର ମହଲାକୁ ଉଠିବାକୁ ଲିଫ୍ଟ ସୁବିଧା। ଏଥି ପାଇଁ ସ୍ଥାନୀୟ ବାସିନ୍ଦାମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button