ରାଜ୍ୟ

ସ୍ଵାମୀ ହତ୍ୟା ମାମଲାରେ ପତ୍ନୀ ଓ ପ୍ରେମିକକୁ ଆଜୀବନ କାରାଦଣ୍ଡ – Ibnodisha

[ad_1]

ବାଲେଶ୍ଵର: ମାନ୍ୟବର ତୃତୀୟ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ବିବାସ୍ୱତ ଗୌତମ ଆଜି ଏକ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ପତ୍ନୀ ଓ ପ୍ରେମିକଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ କରିଛନ୍ତି। ୨୦୧୮ ମସିହା ମେ ୨୦ ତାରିଖ ରାତିରେ ଖନ୍ତାପଡ଼ା ଥାନା ମାଳ ଗ୍ରାମର ଜୟଦେବ ଦାସ ପ୍ରଧାନ ଶୋଇଥିବା ବେଳେ ତାଙ୍କୁ ଅତି ନିର୍ମମ ଭାବେ କୁରାଢ଼ିରେ ହାଣି ହତ୍ୟା କରାଯାଇଥିଲା। ପୁଲିସ ଏହି ଘଟଣାରେ ମାମଲା ରୁଜୁ କରି ତଦନ୍ତ ପରେ ତାଙ୍କ ପତ୍ନୀ ତିଳୋତ୍ତମା ଦାସ ଓ ପ୍ରେମିକ ଧୁଡୁକା ଓରଫ ମିତେଶ ପରିଡ଼ାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲା ମାନ୍ୟବର ତୃତୀୟ ଅତିରିକ୍ତ ଜିଲ୍ଲା ଓ ଦୌରାଜଜଙ୍କ ଅଦାଲତରେ ବିଚାରାଧୀନ ଥିଲା। ଆଜି ଅପରାହ୍ଣରେ ମାନ୍ୟବର ବିଚାରପତି ବିବାସ୍ଵତ ଗୌତମ ଧାରା ୩୦୨ରେ ଦୁଇ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ଏହି ମାମଲାକୁ ଏପିପି ପ୍ରହଲ୍ଲାଦ ପତି ପରିଚାଳନା କରୁଥିଲେ।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button