ଦେଶ

ମଝି ଆକାଶରେ ଯାତ୍ରୀ କଲେ ରକ୍ତବାନ୍ତି, ଅବତରଣ ପରେ ଉଡ଼ିଗଲା ପ୍ରାଣବାୟୁ – Ibnodisha

[ad_1]

ନାଗପୁର: ଇଣ୍ଡିଗୋ ଏୟାରଲାଇନ୍ସର ମୁମ୍ବାଇରୁ ରାଞ୍ଚ ଯାଉଥିବା ବିମାନ ସୋମବାର ସନ୍ଧ୍ୟାରେ ଜରୁରି ଅବତରଣ କରିଛି।

କୁହାଯାଉଛି କି, ମୁମ୍ବାଇରୁ ରାଞ୍ଚ ଯାଉଥିବା ବିମାନରେ ଜଣେ ଯାତ୍ରୀ ହଠ‌ାତ ରକ୍ତବାନ୍ତି କରିଥିଲେ। ଏହାପରେ ବିମାନଟି ନାଗପୁର ବିମାନବନ୍ଦରରେ ଜରୁରୀଅବତରଣ କରିଥିଲା। ସଙ୍ଗେସଙ୍ଗେ ବିମାନବନ୍ଦରରେ ଥିବା ମେଡିକାଲ ଟିମ ରକ୍ତବାନ୍ତି କରିଥିବା ଯାତ୍ରୀଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଦୁଃଖର ବିଷୟ କି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ମୃତ ବ୍ୟକ୍ତିଙ୍କ ପରିଚୟ ଦେବାନନ୍ଦ ତିୱାରୀ ବୋଲି ଜଣାପଡ଼ିଛି। ତେବେ କେଆଇଏମଏମ ହସ୍ପିଟାଲର ଡିଜିଏମ ଏଜାଜ ଶାମି ଏହି ଘଟଣାକୁ ନେଇ କହିଛନ୍ତି, ‘୬୨ବର୍ଷୀୟ ଯାତ୍ରୀ ଦେବାନନ୍ଦ ତିୱାରୀଙ୍କ କିଡନି ଓ ଟିବି ସମସ୍ୟା ଥିଲା। ସେ ଇଣ୍ଡିଗୋ ଏୟାରଲାଇନ୍ସର ବିମାନ ସଂଖ୍ୟା ୬ଇ ୫୦୯୩ରେ ଯାତ୍ରା କରୁଥିଲେ। ଏହି ଯାତ୍ରା ସମୟରେ ହଠାତ ତାଙ୍କ ସ୍ବାସ୍ଥ୍ୟ ଖରାପ ହୋଇଯାଇଥିଲା। ସ୍ବାସ୍ଥ୍ୟ ଖରାପ ହେତୁ ମଝି ଆକାଶରେ ସେ ରକ୍ତବାନ୍ତି କରିଥିଲେ। ଏହାପରେ ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ମୃତ୍ୟୁ ହୋଇଯାଇଥିଲା।

କିଛିଦିନ ପୂର୍ବରୁ ନାଗପୁର ବିମାନବନ୍ଦରରୁ ଏଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଥିଲା। ନାଗପୁରରୁ ପୁଣେ ଯିବାକୁ ଇଣ୍ଡିଗୋ ବିମାନର ପାଇଲଟ ପ୍ରସ୍ତୁତ ହେଉଥିବା ବେଳେ ହଠାତ ସେ ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ତାଙ୍କୁ ହସ୍ପିଟାଲ ନେବା ପରେ ଡାକ୍ତର ତାଙ୍କୁ  ଘୋଷଣା କରିଥିଲେ।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button