ଦେଶ

କଂଗ୍ରେସକୁ କଦାପି ବିଶ୍ବାସ ନାହିଁ : ମୋଦୀ – Ibnodisha

[ad_1]

ନୂଆଦିଲ୍ଲୀ: କଚ୍ଚାତିଭୁ ଦ୍ୱୀପକୁ ଶ୍ରୀଲଙ୍କାକୁ ହସ୍ତାନ୍ତର ମାମଲାରେ ନୂଆ ଖୁଲାସା ପରେ ନିର୍ବାଚନୀ ଋତୁରେ ବିଜେପି କଂଗ୍ରେସ ମଧ୍ୟରେ କାଦୁଅ ଫିଙ୍ଗା ଜୋରଦାର୍ ହେବାରେ ଲାଗିଛି। ୧୯୭୪ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ କାର୍ଯ୍ୟକାଳ ମଧ୍ୟରେ ଏକ ଚୁକ୍ତି ହୋଇଥିଲା। ଯାହା ଦ୍ବାରା କଚ୍ଚାତିଭୁ ଦ୍ୱୀପକୁ ଶ୍ରୀଲଙ୍କାକୁ ହସ୍ତାନ୍ତର କରାଯିବ। ଏହି ଚୁକ୍ତିରେ ଭାରତ ଦ୍ୱୀପର ମାଲିକାନା ନେଇ ପଡୋଶୀ ଦେଶର ଦାବିକୁ ଗ୍ରହଣ କରିଥିଲା ​। ନୂତନ ତଥ୍ୟ ପ୍ରକାଶ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସକୁ ଦାୟୀ କରିଛନ୍ତି। କଂଗ୍ରେସ କିପରି କଚ୍ଚାତିଭୁକୁ ଛାଡିଦେଲା ସେନେଇ ନୂଆ ଖୁଲାସା ହୋଇଛି। ପ୍ରତ୍ୟେକ ଭାରତୀୟ ଏହି କାରଣରୁ ଅସନ୍ତୁଷ୍ଟ ହୋଇଛନ୍ତି। କଚ୍ଚାତିଭୁ ଦ୍ୱୀପକୁ ଶ୍ରୀଲଙ୍କା ହସ୍ତାନ୍ତର କରିବାକୁ ଚୁକ୍ତି ସମ୍ପର୍କରେ ନୂତନ ତଥ୍ୟ ପ୍ରକାଶ ପାଇବା ପରେ ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସ ଦଳକୁ କଡ଼ା ସମାଲୋଚନା କରିଛନ୍ତି। ଏହା ପୁଣି ଥରେ ପ୍ରମାଣିତ ହୋଇଛି ଯେ,କଂଗ୍ରେସ ଉପରେ କେବେ ବି ବିଶ୍ୱାସ କରି ହେବ ନାହିଁ । ଗତ ୭୫ ବର୍ଷ ଧରି କଂଗ୍ରେସର କେବଳ ଦେଶର ଏକତା, ଅଖଣ୍ଡତା ଏବଂ ସ୍ୱାର୍ଥକୁ ଦୁର୍ବଳ କରି ଚାଲିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

The post କଂଗ୍ରେସକୁ କଦାପି ବିଶ୍ବାସ ନାହିଁ : ମୋଦୀ appeared first on ONA KHABAR.

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button