ରାଜନୀତି

ଶଙ୍ଖ ଫୁଙ୍କିଲେ କୁଚିଣ୍ଡାର ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ – Ibnodisha

[ad_1]

କୁଚିଣ୍ଡା: ରାଜ୍ୟର ଅନ୍ୟତମ ଦଳବଦଳକାରୀ ନେତା ଭାବେ ପରିଚିତ କୁଚିଣ୍ଡାର ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ପୁଣିଥରେ ଆଜି ଶଙ୍ଖ ଫୁଙ୍କିଛନ୍ତି। ସେ ନିଜର ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେଇଛନ୍ତି। ବୃନ୍ଦାବନ ମାଝୀ ନିକଟରେ ବିଜେଡି ରାଜ୍ୟ ସାଂଗଠନିକ ସଂପାଦକ ତଥା ସମ୍ବଲପୁର ଲୋକସଭା ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କୁ ସାକ୍ଷାତ କରିଥିଲେ। ବୃନ୍ଦାବନ ୧୯୯୦ ମସିହାରେ ଜନତା ଦଳ ଟିକେଟରୁ କୁଚିଣ୍ଡା ବିଧାୟକ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ବିଜେପିରେ ସାମିଲ ହେବା ସହିତ ଜିଲ୍ଲା ପରିଷଦ ନିର୍ବାଚନ ଲଢ଼ିଥିଲେ। ସମ୍ବଲପୁରର ପ୍ରଥମ ଜିଲ୍ଲା ପରିଷଦ ସଭାପତି ପଦ ଅକ୍ତିଆର କରିଥିଲେ। ୨୦୦୫ ମସିହାରେ ଲଇକେରା ବିଧାନସଭା କ୍ଷେତ୍ରରୁ ବିଜେପି ଟିକେଟରେ ନିର୍ବାଚନ ଲଢ଼ି ପୂର୍ବ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କୁ ପରାଜିତ କରିଥିଲେ। ୨୦୦୮ ମସିହାରେ ସେ ବିଜେପି ଛାଡ଼ି ସମୃଦ୍ଧ ଓଡ଼ିଶା ଦଳରେ ସାମିଲ ହୋଇଥିଲେ। ୨୦୦୯ରେ ବିଜେପି-ବିଜେଡି ମେଣ୍ଟ ଭାଙ୍ଗିବା ପରେ ବିଜେଡିରେ ଯୋଗ ଦେଇଥିଲେ। ସେହି ନିର୍ବାଚନରେ ବିଜେଡି ଟିକେଟରେ କୁଚିଣ୍ଡା ବିଧାନସଭା ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ। ୨୦୨୪ ଓ‌ ୨୦୧୯ରେ ବିଜେଡି ଟିକେଟ ନମିଳିବାରୁ ପୁଣି ଦଳ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button