ଦେଶ

ରେକର୍ଡ ଭାଙ୍ଗିଲା ‘ଯବାନ’, ବେପାର ଛୁଇଁଲା ୧୧୦୦କୋଟି – Ibnodisha

[ad_1]

ନୂଆଦିଲ୍ଲୀ: ଶାହାରୁଖ୍ ଖାନ୍‌ଙ୍କ ‘ଯବାନ’ର ବକ୍ସ ଅଫିସ୍ କଲେକ୍ସନ ୨୯ ଦିନରେ ପହଞ୍ଚିଛି। ‘ପଠାନ୍‌’ ପରେ ‘ଯବାନ’ର କ୍ରେଜ୍ ପାଇଁ ଏବେ ଚାରିଆଡ଼େ ଚର୍ଚ୍ଚାରେ ଅଛନ୍ତି କିଙ୍ଗ୍‌ଖାନ୍‌। ସୁପର୍‌ଷ୍ଟାର୍‌ଙ୍କ ‘ଯବାନ’ ଚଳଚ୍ଚିତ୍ରଟି ଆଗୁରୁ ୧୦୦ କୋଟି ଟଙ୍କାର ବେପାର କରିଛି ବୋଲି ଶୁଣାଯାଉଥିବା ବେଳେ ଏବେ ୧୧୦୦ କୋଟି ଟଙ୍କାରର ବେପାରକୁ ଛୁଇଁଛି। ଯାହା ପରେ ଫିଲ୍ମଟି ବକ୍ସ ଅଫିସରେ ହଇଚଇ ସୃଷ୍ଟି କରୁଥିବା ଦେଖିବାକୁ ମିଳିଛି।
ତେବେ ଲାଭ ଦୃଷ୍ଟିରୁ ସନି ଦେଓଲଙ୍କ ‘ଗଦର-୨’ କିନ୍ତୁ ଆଗରେ ରହିଛି। ମାତ୍ର ‘ଯବାନ’ର ନନ୍‌-ଷ୍ଟପ୍ ରୋଜଗାର ପ୍ରଶଂସକଙ୍କୁ ଚକିତ କରିଛି।  ତଥ୍ୟ ଅନୁଯାୟୀ, ୨୯ ତମ ଦିନରେ ‘ଯବାନ’ ୧.୮୫ କୋଟି ଟଙ୍କା ଆୟ କରିଛି। ଏହା ପରେ ଭାରତରେ ବକ୍ସ ଅଫିସ୍ କଲେକ୍ସନ ୬୧୭.୫୨ କୋଟିରେ ପହଞ୍ଚିଛି। ବିଶ୍ବ ସ୍ତରରେ ଦେଖିବାକୁ ଗଲେ ‘ଯବାନ’ ୧୧୦୦ କୋଟି ଟଙ୍କାର ଆୟ କରି ସାରିଲାଣି। ଶାହରୁଖ ଖାନ, ନୟନତାରା, ବିଜୟ ସେଥୁପତି, ଦୀପିକା ପାଦୁକୋନ, ସାନିଆ ମଲହୋତ୍ରା ଏବଂ ପ୍ରିୟମଣିଙ୍କ ଭଳି ଷ୍ଟାରଙ୍କ ଅଭିନୀତ ଏହି ସିନେମାର ବଜେଟ ୩୦୦ କୋଟି ଟଙ୍କା। ଏହି ଚଳଚ୍ଚିତ୍ରଟି ଏକ ବ୍ଲକବଷ୍ଟର ବୋଲି ପ୍ରମାଣିତ ହୋଇସାରିଛି। ଏହି ଚଳଚ୍ଚିତ୍ରଟି ହିନ୍ଦୀ ସଂସ୍କରଣରୁ ସର୍ବାଧିକ ରୋଜଗାର କରିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button