ଦେଶ

ଛତିଶଗଡ଼ ବିଧାନସଭା ନିର୍ବାଚନ: ଭୋଟ୍‌ର ତିନି ଦିନ ପୂର୍ବରୁ ବିଜେପି ନେତାଙ୍କୁ ହତ୍ୟା କଲେ ନକ୍ସଲ – Ibnodisha

[ad_1]

ରାୟପୁର: ଛତିଶଗଡ଼ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍‌କୁ ଆଉ ତିନି ଦିନ ବାକି ଥିବା ବେଳେ ଆଜି ଜଣେ ବିଜେପି ନେତାଙ୍କୁ ହତ୍ୟା କରିଛନ୍ତି ନକ୍ସଲ । ମୃତ ବିଜେପି ନେତାଙ୍କ ନାଁ ରତନ ଦୁବେ । ସେ ବିଜେପିର ନାରାୟଣପୁର ଜିଲ୍ଲା ଶାଖାର ଉପ-ସଭାପତି ଥିଲେ । ରତନ ଦୁବେ ନାରାୟଣପୁର ଜିଲ୍ଲାର କୌଶଲନାର ଅଞ୍ଚଳକୁ ନିର୍ବାଚନ ପ୍ରଚାର କରିବାକୁ ଯାଇଥିବା ବେଳେ ତାଙ୍କୁ ନକ୍ସଳମାନେ ହତ୍ୟା କରିଥିଲେ ବୋଲି ଜଣାପଡ଼ିଛି। ପୁଲିସ୍‌ର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଛତିଶଗଡ଼ରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେଉଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନଭେମ୍ବର ୭ ତାରିଖରେ ଭୋଟ୍ ଗ୍ରହଣ ହେବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନଭେମ୍ବର ୧୭ ତାରିଖରେ ଭୋଟ୍ ଗ୍ରହଣ ହେବ । ଯେଉଁ ୨୦ଟି ବିଧାନସଭା ଆସନ ପାଇଁ ନଭେମ୍ବର ୭ ତାରିଖରେ ଭୋଟ୍ ଗ୍ରହଣ କରାଯିବ, ତା’ ଭିତରେ ନାରାୟଣପୁର ମଧ୍ୟ ରହିଛି । ଛତିଶଗଡ଼ ବିଧାନସଭାରେ ୯୦ଟି ଆସନ ରହିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button