ଦେଶ

ଲଟକିଛି ଭିସା ଆବେଦନ, ବିଶ୍ବକପ ପାଇଁ ଭାରତ ଆସିପାରୁନି ପାକିସ୍ତାନ ଟିମ୍ – Ibnodisha

[ad_1]

ଲାହୋର : ଆଗାମୀ ବିଶ୍ବକପ୍ ପାଇଁ ପାକିସ୍ତାନ ଦଳ ଆସନ୍ତା ୨୯ ତାରିଖରୁ ହାଇଦ୍ରାବାଦରେ ଅଭ୍ୟାସ ମ୍ୟାଚ ଖେଳିବ । କିନ୍ତୁ ଭିସା ମିଳୁନଥିବାରୁ ଦଳ ଏପର୍ଯ୍ୟନ୍ତ ଭାରତ ଆସିପାରୁନାହିଁ । ଏହାକୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡ ଆଇସିସି ନିକଟରେ ଅଭିଯୋଗ ଦାୟର କରିଛି ଓ ସମସ୍ୟାର ସମାଧାନ ପାଇଁ ଅନୁରୋଧ କରିଛି ।

ପିସିବି ଦାବି କରିଛି ଯେ ଏହି ପ୍ରତୀକ୍ଷା ବିଶ୍ୱକପ୍ ପ୍ରସ୍ତୁତି ଉପରେ ବଡ଼ ପ୍ରଭାବ ପକାଇଛି। ଦୁଇ ଦିନ ମଧ୍ୟରେ ହିଁ ପାକିସ୍ତାନ ଦଳକୁ ଭାରତରେ ପହଞ୍ଚିବାକୁ ପଡ଼ିବ। କାରଣ ସେପ୍ଟେମ୍ବର ୨୯ରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଅଭ୍ୟାସ ମ୍ୟାଚ୍ ଖେଳିବାକୁ ପଡ଼ିବ। ସେହିପରି ଅକ୍ଟୋବର ୩ରେ ଅଷ୍ଟ୍ରେଲିଆ ବିପକ୍ଷରେ ଅଭ୍ୟାସ ମ୍ୟାଚ୍ ଖେଳିବ । ଏହି ଦଳ ଅକ୍ଟୋବର ୬ତାରିଖରେ ନେଦରଲ୍ୟାଣ୍ଡ ବିପକ୍ଷରେ ନିଜର ପ୍ରଥମ ବିଶ୍ବକପ୍ ମ୍ୟାଚ୍ ଖେଳିବ।

ପିସିବି ଇସଲାମାବାଦରେ ଥିବା ଭାରତୀୟ ହାଇକମିସନର ଭିସା ମଞ୍ଜୁରୀକୁ ଅପେକ୍ଷା କରିଛି।  ସେପ୍ଟେମ୍ବର ୨୭ରେ ହାଇଦ୍ରାବାଦ ରେ ପହଞ୍ଚିବା ପୂର୍ବରୁ ପାକିସ୍ତାନ ଦୁବାଇରେ ଦୁଇ ଦିନିଆ ଟିମ୍ ବଣ୍ଡିଂ ଅଧିବେଶନ ଆୟୋଜନ କରିବାର ଥିଲା, କିନ୍ତୁ ଭାରତୀୟ ଭିସାକୁ ନେଇ ଅନିଶ୍ଚିତତା କାରଣରୁ ଏହାକୁ ବାତିଲ କରାଯାଇଛି। ଭିସା ମିଳିନଥିବାରୁ ପିସିବି ନିଜର ଦୁବାଇ ଫ୍ଲାଇଟ୍ ବାତିଲ କରି ଆଉ ଥରେ ବୁକିଂ କରିଛି । ଦଳ ଦୁବାଇ ହୋଇ ହାଇଦ୍ରାବାଦ ଆସିବ ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button