ଦେଶ

କଡ଼ ଲେଉଟାଉଛି କରୋନା; ନୂଆ ଭାରିଆଣ୍ଟରେ ୨୧ ଆକ୍ରାନ୍ତ ଚିହ୍ନଟ – Ibnodisha

[ad_1]

ନୂଆଦିଲ୍ଲୀ: ବିଶ୍ୱସ୍ତରରେ କରୋନାର କଡ ଲେଉଟାଣି ଦେଖିବାକୁ ମିଳୁଛି । ତେବେ କରୋନା ଏବେ ଏକ ନୂଆ ଭାରିଆଣ୍ଟ ରୂପ ନେଇ ଆସୁଛି । ଭାରତରେ ମଧ୍ୟ ଏହି ନୂଆ ଭାରିଆଣ୍ଟ ଚିହ୍ନଟ ହେବାରେ ଲାଗିଛି । ଏହି ନୂଆ ଭାରିଆଣ୍ଟର ନାମ ଜେଏନ୍‌.୧ ରହିଥିବା ବେଳେ ଦେଶରେ ଏପର୍ଯ୍ୟନ୍ତ ଏହି ଭୂତାଣୁ ଦ୍ୱାରା ୨୧ଜଣ ସଂକ୍ରମିତ ହୋଇଥିବା ଲ୍ୟାବ୍ ପରୀକ୍ଷାରୁ ଜଣାପଡିଛି । ୨୧ଜଣଙ୍କ ମଧ୍ୟରେ ଗୋଆରୁ ୧୯ଜଣ ରହିଥିବା ବେଳେ ମହାରାଷ୍ଟ୍ର ଏବଂ କେରଳରୁ ଜଣେ ଲେଖାଏ ଆକ୍ରାନ୍ତ ହୋଇଛନ୍ତି ।ଏସମ୍ପର୍କରେ ସୂଚନା ଦେଇ ନୀତି ଆୟୋଗ ସଦସ୍ୟ (ସ୍ୱାସ୍ଥ୍ୟ) ଭିକେ ପଲ୍ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଏହି ୩ ରାଜ୍ୟରୁ ନୂଆ ଭାରିଆଣ୍ଟ ଜେଏନ୍‌.୧ ଠାବ କରାଯାଇଛି । ଅନ୍ୟପକ୍ଷେ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଆଜି ଦେଶରେ କୋଭିଡ୍ ପରିସ୍ଥିତି ଏବଂ ଜନସ୍ୱାସ୍ଥ୍ୟ ବ୍ୟବସ୍ଥାର ପ୍ରସ୍ତୁତି ସମୀକ୍ଷା କରିଥିବା ଜଣାପଡିଛି । ସମୀକ୍ଷା ପରେ ମାଣ୍ଡଭୀୟ କହିଛନ୍ତି ଯେ, ସଜାଗ ରହିବା ଏବଂ କରୋନା ଭାଇରସ୍‌ର ନୂଆ ଭାରିଆଣ୍ଟ ବିରୋଧରେ ପ୍ରସ୍ତୁତ ହେବା ଜରୁରି । ତେବେ କରୋନାର ନୂଆ ଭାରିଆଣ୍ଟ ଅଧିକ ମାରାତ୍ମକ ବୋଲି ଦାବି କରାଯାଉଥିବା ବେଳେ ଏହି ୪ ବର୍ଗର ଲୋକଙ୍କୁ ଅଧିକ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ପ୍ରଥମତଃ ଏକଧିକ ରୋଗରେ ପୀଡ଼ିତ ଥିବା ବ୍ୟକ୍ତି, ୨ୟତଃ ୬ଠ ବା ତଦୁର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି, ୩ୟତଃ ମେଦବହୁଳ ବ୍ୟକ୍ତି ଏବଂ ୪ର୍ଥ ବର୍ଗ ଭାବେ କରୋନା ଟୀକା ନେଇଥିବା ବ୍ୟକ୍ତି ।ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୧୪ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ଚିନ୍ତା ବଢ଼ାଇଦେଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ ୨୧ ମେ, ୨ଠ୨୩ ଅର୍ଥାତ୍ ୭ ମାସ ପରେ ଦେଶରେ ଏହା ସର୍ବାଧିକ ଦୈନିକ ସଂକ୍ରମଣ । ଏମାନଙ୍କ ମଧ୍ୟରେ କେବଳ ୨୪୨ଜଣ କେରଳରୁ ରହିଛନ୍ତି । ତେବେ ଏହି ସମୟ ସୁଦ୍ଧା ୩ଜଣଙ୍କ ମୃତ୍ୟୁ ମଧ୍ୟ ହୋଇସାରିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button