ଖେଳ

ରୋହିତଙ୍କୁ ହଟାଇବା କଠିନ ନିଷ୍ପତ୍ତି ଥିଲା: ଜୟବର୍ଦ୍ଧନେ – Ibnodisha

[ad_1]

ମୁମ୍ବାଇ: ପାଞ୍ଚ ଥରର ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌) ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ନିକଟରେ ରୋହିତ ଶର୍ମାଙ୍କୁ ହଟାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟିମ୍‌ର ନୂଆ ଅଧିନାୟକ ଘୋଷଣା କରିଛି । ଫ୍ରାଞ୍ଚାଇଜିର ଏହି ନିଷ୍ପତ୍ତିରେ ପ୍ରଶଂସକ ବହୁ ନିରାଶ ହେବା ସହ ସୋସିଆଲ୍ ମିଡିଆରେ ନିଜର ଆକ୍ରୋଶ ପ୍ରକାଶ କରୁଛନ୍ତି । ପ୍ରଶଂସକଙ୍କ ଅସନ୍ତୋଷକୁ ଦୃଷ୍ଟିରେ ରଖି ଟିମ୍‌ର ଗ୍ଲୋବାଲ୍ ଡାଇରେକ୍ଟର ମାହେଲା ଜୟବର୍ଦ୍ଧନେ ବୟାନ ଦେଇଛନ୍ତି । ଜିଓ ସିନେମା ସହ ଏକ ସାକ୍ଷାତ୍‌କାରରେ ସେ କହିଛନ୍ତି ଏହା ଏକ କଠିନ ଏବଂ ଭାବନାତ୍ମକ ନିର୍ଣ୍ଣୟ ଥିଲା । ଆମେ କ୍ରିକେଟ୍‌ପ୍ରେମୀଙ୍କ ଭାବନାର ସମ୍ମାନ କରୁଛୁ । ସେ କହିଛନ୍ତି, ଏହି ନିଷ୍ପତ୍ତି ୟରେ ପ୍ରତ୍ୟେକେ ଭାବୁକ ହୋଇପଡ଼ିଛନ୍ତି ଏବଂ ଆମକୁ ଏହାର ସମ୍ମାନ କରିବାକୁ ପଡ଼ିବ । ତେବେ ଏକ ଫ୍ରାଞ୍ଚାଇଜି ଭାବେ ଆପଣଙ୍କୁ ଏପରି ନିଷ୍ପତ୍ତି ନେବାକୁ ପଡ଼ିଥାଏ । ନଭେମ୍ବରରେ ରିଟେନ୍‌ସନ୍ ସମୟସୀମା ପୂର୍ବରୁ ଗୁଜରାଟ ଟାଇଟାନ୍ସରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଟ୍ରେଡ୍ କରିଥିଲା । ପାଣ୍ଡ୍ୟାଙ୍କୁ ନେଇ ଦୁଇ ଫ୍ରାଞ୍ଚାଇଜି ମଧ୍ୟରେ ଅଲ୍ କ୍ୟାସ୍ ଡିଲ୍ ହୋଇଥିଲା । ଏହାପରେ ଡିସେମ୍ବର ୧୫ରେ ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କ ସ୍ଥାନରେ ପାଣ୍ଡ୍ୟାଙ୍କୁ ଟିମ୍‌ର ଅଧିନାୟକ ଘୋଷଣା କରିଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button