ଖେଳ

ଦାୟିତ୍ବ ନେବା ପରେ ଗୌତମଙ୍କ କାମ ଦେଖି କ’ଣ କହିଲେ ରାହୁଲ?

ନୂଆଦିଲ୍ଲୀ: କିଛି ମାସ ତଳେ ଭାରତୀୟ କ୍ରିକେଟ ଟିମର ପ୍ରଶିକ୍ଷକ ଭାବେ ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ତାଙ୍କ ସ୍ଥାନରେ ଗୌତମ ଗମ୍ଭୀରଙ୍କୁ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ କରାଯାଇଥିଲା। ଏବେ ଦାୟିତ୍ବ ନେବା ପରେ ଗୌତମଙ୍କ କାମ ଦେଖି ପ୍ରତିକ୍ରିୟା ଦେଇଛନ୍ତି ରାହୁଲ। ଗମ୍ଭୀର କେତେ ଭଲ ଭାବରେ ନିଜ ଦାୟିତ୍ବ ତୁଲାଇଛନ୍ତି ତାହା ରାହୁଲ ଜଣାଇଛନ୍ତି।

ଏକ ସାକ୍ଷାତକାରରେ ଦ୍ରାବିଡ କହିଛନ୍ତି ଯେ ଗୌତମ ଗମ୍ଭୀର ଜାତୀୟ ଦଳର ପ୍ରଶିକ୍ଷକ ଭାବେ ବହୁତ ଭଲ କାମ କରିବା ଆରମ୍ଭ କରିଛନ୍ତି ଓ ଆଗକୁ ଆହୁରି ଭଲ କରିବେ ବୋଲି ଆଶା। ଗମ୍ଭୀରଙ୍କ ପାଖରେ ଅନେକ ଅଭିଜ୍ଞତା ରହିଛି । ଜଣେ ଖେଳାଳି ଭାବରେ ସେ ବହୁତ ଖେଳିଛନ୍ତି। ଏହା ସହ ସେ ପୂର୍ବରୁ ପ୍ରଶିକ୍ଷଣ ଦେବା ଦାୟିତ୍ବ ମଧ୍ୟ ନେଇସାରିଛନ୍ତି। ମୁଁ ନିଶ୍ଚିତ ଯେ ସେ ଜଣେ ଭଲ ପ୍ରଶିକ୍ଷକ ହେବେ। ଯେକୌଣସି ପରିସ୍ଥିତିରେ, ସମସ୍ତେ ନିଜ ନିଜର ଅଭିଜ୍ଞତା ଏବଂ ଜ୍ଞାନକୁ ଆଗକୁ ଆଣିଥାନ୍ତି | ମୁଁ ନିଶ୍ଚିତ ଯେ ଗୌତମଙ୍କ ଅଭିଜ୍ଞତା ଦ୍ବାରା ଭାରତୀୟ ଦଳ ଉପକୃତ ହେବ ।”

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button