ମନୋରଞ୍ଜନ

ମହାଦେବ ବେଟିଂ ଆପ୍: କପିଲ୍‌, ହୁମା, ହିନା ଓ ରଣବୀରଙ୍କ ପରେ ଏବେ ଶ୍ରଦ୍ଧା କପୁରଙ୍କୁ ଇଡି ପଠାଇଲା ସମନ – Ibnodisha

[ad_1]

ମୁମ୍ବାଇ: ‘ମହାଦେବ ଅନଲାଇନ୍ ବେଟିଂ ଆପ୍’କୁ ଯାଞ୍ଚ କରୁଥିବା କେନ୍ଦ୍ରୀୟ ଅନୁସନ୍ଧାନକାରୀ ଏଜେନ୍ସି ଇଡିର ନଜର ‌ଏବେ ବଲିଉଡ ସେଲିବ୍ରିଟିଙ୍କ ଉପରେ। ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ଆପ୍‌କୁ ନେଇ ତଦନ୍ତ କରି ଏବେ ସେଲିବ୍ରିଟିମାନଙ୍କ ଉପରେ କଟକଣା ଲଗାଇବା ପାଇଁ ଉଦ୍ୟମ ଆରମ୍ଭ କରିଛି। ଏହି ମାମଲାରେ ବଲିଉଡର ଚୁଲ୍‌ବୁଲି ନାୟିକା ଶ୍ରଦ୍ଧା କପୁରଙ୍କୁ ସମନ ଜାରି କରିଛି ଇଡି।

କେବଳ ଶ୍ରଦ୍ଧା ନୁହଁନ୍ତି, ବଲିଉଡ ଅଭିନେତା ରଣବୀର କପୁରଙ୍କୁ ବି ସମନ ଜାରି କରି ଇଡି ପଚାରାଉଚରା ପାଇଁ ଡକାଇଛି। ଆଜି ଉଭୟଙ୍କୁ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟଙ୍କ ଦ୍ୱାରା ପଚରାଉଚରା ପାଇଁ ଡକାଯାଇଛି।

ପୂର୍ବରୁ କମେଡି କିଙ୍ଗ୍‌ କପିଲ ଶର୍ମା, ଅଭିନେତ୍ରୀ ହୁମା କୁରେସି, ଅଭିନେତ୍ରୀ ହିନା ଖାନଙ୍କୁ ମଧ୍ୟ ମହାଦେବ ଆପ୍ ମାମଲାରେ ବିଭିନ୍ନ ତାରିଖରେ ଡକାଯାଇଛି। ସୂଚନା ଅନୁଯାୟୀ, ବେଟିଂ ଆପ୍ ମାମଲାରେ ସମୁଦାୟ ପାଞ୍ଚ ତାରକାଙ୍କୁ ସମନ ପଠାଯାଇଛି।

ସୂଚନା ଅନୁଯାୟୀ, ଅକ୍ଟୋବର ୨ ତାରିଖରେ ଇଡି ହୁମା କୁରେସି, ହିନା କୁରେଶି ଏବଂ କପିଲ ଶର୍ମାଙ୍କୁ ତାଙ୍କ କାର୍ଯ୍ୟାଳୟକୁ ଡାକି ପଚରାଉଚରା କରିଥିଲେ ହେଁ ତିନିଜଣ ଅନୁସନ୍ଧାନକାରୀ ଏଜେନ୍ସିରେ ହାଜର ହେବାକୁ ୨ ସପ୍ତାହ ସମୟ ମାଗିଥିଲେ। ଯେଉଁଠାରେ ରଣବୀର କପୁର ଏବଂ ଶ୍ରଦ୍ଧା କପୁରଙ୍କୁ ୬ ଅକ୍ଟୋବର ଅର୍ଥାତ୍ ଆଜି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି। ରଣବୀର କପୁର ମଧ୍ୟ ଇଡିକୁ ୨ ସପ୍ତାହ ସମୟ ମାଗିଛନ୍ତି। ଶ୍ରଦ୍ଧା କପୁର ଆଜି ଇଡି କାର୍ଯ୍ୟାଳୟକୁ ଯିବେ କି ନାହିଁ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button