ରାଜ୍ୟ

ପରଲୋକରେ ଓଡ଼ିଆ ଚଳଚ୍ଚିତ୍ର ନିର୍ଦେଶକ ଅଶୋକ ଶର୍ମା – Ibnodisha

[ad_1]

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ସଂପାଦକ(ଏଡିଟର୍) ତଥା ନିର୍ଦେଶକ ଅଶୋକ ଶର୍ମା ଆଉ ନାହାନ୍ତି। ଗତକାଲି ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ପୂର୍ବରୁ ତାଙ୍କ ପତ୍ନୀଙ୍କ ଦେହାନ୍ତ ହୋଇସାରିଛି। ତାଙ୍କର ଦୁଇ କନ୍ୟା ଅଛନ୍ତି।
ଅଶୋକ ଶର୍ମା ଜଣେ ପଞ୍ଜାବୀ। ସେ ଓଡ଼ିଆ ଚଳଚ୍ଚିତ୍ରରେ ନିର୍ଦେଶନା କ୍ଷେତ୍ରରେ କାମ କରିବାକୁ ମୁମ୍ବାଇରୁ ଓଡ଼ିଶା ଆସିଥିଲେ। ପ୍ରାରମ୍ଭିକ ପର‌୍ୟ୍ୟାୟରେ ସେ ପ୍ରଶାନ୍ତ ନନ୍ଦଙ୍କ ସମେତ କେତେକ ନିର୍ଦେଶକଙ୍କ ସହକାରୀ ଭାବେ କାର‌୍ୟ୍ୟ କଲେ। ପରେ ସେ ଜୟଦେବ ପୁରସ୍କାରପ୍ରାପ୍ତ ଏଡିଟର୍ ରବି ପଟ୍ଟନାୟକଙ୍କ ସଂପାଦନା ସହକାରୀ ଭାବେ କାମ କଲେ। ଓଲିଉଡର ଅଲରାଉଣ୍ଡର ଭାବେ ପରିଚିତ ଅରୁଣ ମହାନ୍ତି ଅଶୋକ ଶର୍ମାଙ୍କୁ ତାଙ୍କ ନିର୍ଦେଶିତ ‘ସାକ୍ଷୀ ରହିବ ମୋ ଶଙ୍ଖାସିନ୍ଦୂର’ରେ ଏଡିଟର ଭାବେ ବ୍ରେକ୍ ଦେଇଥିଲେ। ଏହାପରେ ସେ ୮୦ରୁ ଅଧିକ ଓଡ଼ିଆ ଛବିରେ ଏଡିଟର ଭାବେ କାର‌୍ୟ୍ୟ କରିଥିଲେ।
ତାଙ୍କ ସଂପାଦିତ କେତେକ ପ୍ରମୁଖ ସିନେମା ହେଲା ‘ସାକ୍ଷୀ ରହିବ ମୋ ଶଙ୍ଖାସିନ୍ଦୂର’, କଥା କହିବ ମୋ ମଥା ସିନ୍ଦୂର, ପୁଅ ଭାଙ୍ଗି ଦେଲା ସୁନା ସଂସାର, ପ୍ରେମ ସବୁଠୁ ବଳବାନ୍, ବାପା, ମା ଗୋଜବାୟାଣୀ, ମାତୃଶକ୍ତି, ମା ମଙ୍ଗଳା, ସତ ମିଛ, ତୁ ମୋ ଆଖିର ତାରା, ଭାଗ୍ୟଚକ୍ର, ତତେ ମୋ ରାଣ, ବାହୁଡ଼ିବେ ମୋ ଜଗାବଳିଆ, ସତ୍ୟମେବ ଜୟତେ, ସାତ ସୂରେ ବନ୍ଧା ମୋ ଜୀବନ ଏବଂ ମୋ କୋଳ ତୋ ଝୁଲଣା ଆଦି। ଅଶୋକ ଶର୍ମାଙ୍କ ବିୟୋଗରେ ଓଲିଉଡରେ ଶୋକର ଛାୟା ଖେଳିଯାଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button