ରାଜ୍ୟ

୫୬ ଫୁଟ୍ ଲମ୍ବର ବିଶ୍ୱକପ୍ ଟ୍ରଫି ନିର୍ମାଣ କରି ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ – Ibnodisha

[ad_1]

ପୁରୀ : ରବିବାର ଦିନ ଗୁଜୁରାଟର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ବିଶ୍ୱକପ୍ କ୍ରିକେଟ୍ ର  ଫାଇନାଲ୍ ମ୍ୟାଚ । ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେବ ହାଇ ଭୋଲଟେଜ ଟକ୍କର ।  ଏଥିପାଇଁ ଫ୍ୟାନଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ି ଚାଲିଛି । ଫୁଲ୍ ଫର୍ମରେ ଅଛନ୍ତି ରୋହିତ ବାହିନୀ ଥିବାରୁ ଭାରତ ନିଶ୍ଚୟ ଜିତିବ ବୋଲି  ଭାରତୀୟଙ୍କ ଆଶା । ଏଥର ୱାର୍ଲଡ କପ୍ ଆମର ଏହି ଆଶା, ବିଶ୍ୱାସ ଆଉ ଭରସାକୁ ରଖି ପୁରୀ ବେଳାଭୂମିରେ ଆକର୍ଷଣୀୟ ବାଲୁକା କଳା ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ବାଲିରେ ୫୬ ଫୁଟ୍ ଲମ୍ବର ଏକ ବିରାଟକାୟ ବିଶ୍ୱକପ୍ ଟ୍ରଫି ପ୍ରତିକୃତି ନିର୍ମାଣ କରିବା ସହ ” ଗୁଡ଼ ଲକ ଟିମ ଇଣ୍ଡିଆ ” ବାର୍ତ୍ତା ଭାରତୀୟ ଦଳକୁ ଶୁଭେଛା ଜଣାଇଛନ୍ତି ।   ୫ ଶହ ଷ୍ଟିଲ ଗିନା ଓ ୩ ଶହ ବଲ୍ ବ୍ୟବହାର କରି ସୁଦର୍ଶନ ଖୁବ ଆକର୍ଷଣୀୟ ଭାବେ ଏହି ବାଲୁକାକଳା କରିଛନ୍ତି ।  ବିଶ୍ୱକପ ଫାଇନାଲ ମ୍ୟାଚରେ ଭାରତର ମହା ବିଜୟକୁ ନେଇ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ଶିଳ୍ପୀ । ତାଙ୍କସହ  ବାଲୁକା କଳା ପ୍ରତିଷ୍ଠାନର ଛାତ୍ରମାନେ ତାଙ୍କ ସହିତ ମିଶି ଏହି ମୂର୍ତ୍ତି ନିର୍ମାଣ କରିଥିଲେ। ଏହି ମୂର୍ତ୍ତି ନିର୍ମାଣ ପାଇଁ ସେ ପ୍ରାୟ 6 ଘଣ୍ଟା ସମୟ ନେଇଥିଲେ | ୫୬ ଫୁଟ ଲମ୍ବର ଏହି ବିଶାଳ ବାଲୁକାକଳା ଦେଖିବାକୁ ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଛି ।  ଦୀର୍ଘ ୨୦ ବର୍ଷ ବ୍ୟବଧାନ ପରେ ପୁଣି ଫାଇନାଲ ମ୍ୟାଚରେ ଭାରତ ସହ ମୁହାଁମୁହିଁ ହେବ କଙ୍ଗାରୁ ଦଳ । ୨୦୦୩ ମସିହାରେ ବିଶ୍ୱକପ ଫାଇନାଲରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଲଢେଇ ହୋଇଥିଲା । ଏଥିରେ ଅଧିନାୟକ ରିକି ପଣ୍ଟିଙ୍ଗଙ୍କ ୧୪୦ ରନର ବିସ୍ଫୋରକ ଅପରାଜିତ ଇନିଂସ ଯୋଗୁଁ କଙ୍ଗାରୁ ଦଳ ୨ ୱିକେଟ୍ ହରାଇ ୩୫୯ ରନ୍ ସ୍କୋର କରିଥିଲା । ଶେଷରେ ଭାରତୀୟ ଦଳ ମାତ୍ର ୨୩୪ ରନ୍ ସଂଗ୍ରହ କରି ଅଷ୍ଟ୍ରେଲିଆ ଠାରୁ ପରାଜିତ ହୋଇଥିଲା । ତେବେ ଚଳିତ ବିଶ୍ୱକପ ରେ ଭାରତୀୟ ଦଳ ଏକଦମ ଫର୍ମରେ ଥିବାରୁ  ଏହା ଅଷ୍ଟ୍ରେଲିଆ ଉପରେ ଭାରି ପଡିପାରେ ବୋଲି କୁହାଯାଉଛି । ସେପଟେ ଅହମଦାବାଦରେ ବିଶ୍ୱକପ ଫାଇନାଲ ମ୍ୟାଚ ଦେଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button