ରାଜ୍ୟ

ପୁଣି ଧରାପଡିଲା ଗଞ୍ଜେଇ ଭର୍ତ୍ତି ଗାଡ଼ି – Ibnodisha

[ad_1]

କେନ୍ଦୁଝର : ଯଶୀପୁର ପୋଲିସକୁ ପୁଣି ମିଳିଛି ସଫଳତା,ସପ୍ତାହେ ଆଗରୁ ଏକ ଗଞ୍ଜେଇ ଭର୍ତ୍ତି କାରକୁ ଜବତ କରି ୨ ଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଆଜି ପୁଣି ଏକ ଗଞ୍ଜେଇ ଭର୍ତ୍ତି ଗାଡ଼ି ଧରିବାରେ ସଫଳ ହୋଇଛି, ଟଙ୍ଗାବିଲା ନିକଟରେ ଯଶୀପୁର ପୋଲିସ୍ ପେଟ୍ରଲିଂ କରୁଥିବା ବେଳେ କେନ୍ଦୁଝର ପଟୁ ଆସୁଥିବା ଏକ ଫର୍ଚୁନର କାର୍ ଟି ହଠାତ୍ ୨୨୦ ନଂ ଜାତୀୟ ରାଜପଥ ଦେଇ କରଞ୍ଜିଆ ଆଡକୁ ଦୃତ ଗତିରେ ଚାଲିଯାଉଥିଲା, ପୋଲିସ୍ ସନ୍ଦେହ କରି ଗାଡ଼ିକୁ ପିଛା କରୁଥିବା ବେଳେ ଟଙ୍ଗାବିଲା ଜଙ୍ଗଲ ନିକଟରେ ଗାଡ଼ି ଛାଡି ୩ ଗଞ୍ଜେଇ ମାଫିଆ ଚମ୍ପଟ ମାରିଥିଲେ । ପୋଲିସ୍ ଗାଡ଼ି ନିକଟରେ ପହଞ୍ଚି ଗାଡ଼ି ଭର୍ତ୍ତି ଗଞ୍ଜେଇ ଦେଖି ତୁରନ୍ତ ଗାଡ଼ିକୁ ଜବତ୍ କରି ଥାନାକୁ ଆଣିଥିଲା । ତେବେ ଜବତ୍ ଗଞ୍ଜେଇର ପରିମାଣ ୩୨୫ କେଜି ଜଣା ପଡ଼ିଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି । ଏ ନେଇ ପୋଲିସ ନିଜ ଆଡୁ ଏକ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରଖିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button