ଦେଶ

ଗିରଫ ହେଲା ଉତ୍ତରାଖଣ୍ଡର ହଲଦ୍ୱାନୀ ହିଂସା ଘଟଣାର ମାଷ୍ଟରମାଇଣ୍ଡ – Ibnodisha

[ad_1]

ଉତ୍ତରାଖଣ୍ଡ : ଗିରଫ ହେଲା ଉତ୍ତରାଖଣ୍ଡର ହଲଦ୍ୱାନୀ ହିଂସା ଘଟଣାର ମାଷ୍ଟରମାଇଣ୍ଡ। ଦିଲ୍ଲୀ ଏବଂ ଉତ୍ତରାଖଣ୍ଡ ପୁଲିସର ମିଳିତ ଟିମ୍ ଅବଦୁଲକୁ ଦିଲ୍ଲୀରୁ ଗିରଫ କରିଛି। ପୁଲିସ ଏହି ଘଟଣାରେ ପାଞ୍ଚ ଜଣଙ୍କୁ ଗିରଫ କରିବା ସହ ଏପର୍ଯ୍ୟନ୍ତ ୬୦ରୁ ଅଧିକ ଲୋକଙ୍କୁ ହେପାଜତକୁ ନେଇଛି। ଏଥିସହ ୫,୦୦୦ ଅଜ୍ଞାତ ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ତେବେ ସୂଚନା ଅନୁଯାୟୀ, ଏକ ବେଆଇନ ମଦ୍ରାସା ଉଚ୍ଛେଦକୁ ନେଇ ଉତ୍ତରାଖଣ୍ଡର ହଲଦ୍ୱାନୀରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୫୦ରୁ ଊର୍ଦ୍ଧ୍ୱ ଲୋକେ ଆହତ ହୋଇଥିଲେ। ସ୍ଥାନୀୟ ଲୋକମାନେ ମ୍ୟୁନିସିପାଲିଟି କର୍ମଚାରୀ, ପୁଲିସ ଏବଂ ସାମ୍ବାଦିକଙ୍କ ଉପରକୁ ପଥର ମାଡ଼ କରିଥିଲେ। ଏପରିକି ପୁଲିସ ଗାଡିରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ। ଏଥିରେ ୧୦୦ ରୁ ଅଧିକ ପୁଲିସ କର୍ମୀ ଆହତ ହୋଇଛନ୍ତି।ଯେଉଁ ଅଞ୍ଚଳରେ ମଦ୍ରାସା ଉଚ୍ଛେଦ ହେଉଥିଲା ତାହା ମାଷ୍ଟରମାଇଣ୍ଡ ଅବଦୁଲର ବାଡ଼ି ନିକଟରେ ଥିବା କୁହାଯାଉଛି। ଏହା ବେଆଇନ ଭାବେ ନିର୍ମାଣ ହୋଇଥିବାରୁ ଉଚ୍ଛେଦ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଗୁରୁବାର ପ୍ରଶାସନିକ ଟିମ୍ ଓ ପୁଲିସ ଜେସିବି ମାଧ୍ୟମରେ ମଦ୍ରାସା ଉଚ୍ଛେଦ କରିବା ସମୟରେ କିଛି ଦୁର୍ବୃତ୍ତ ଆସି ସେମାନଙ୍କ ଉପରକୁ ପଥର ମାଡ଼ କରିଥିଲେ। ଏହାପରେ ସେଠାରେ ଥିବା ଗାଡ଼ିଗୁଡ଼ିକୁ ଭଙ୍ଗାରୁଜା କରିବା ସହିତ ନିଆଁ ଲଗାଇ ଦେଇଥିଲେ। ଶାନ୍ତିଶୃଙ୍ଖଳାକୁ ଦୃଷ୍ଟିରେ ରଖି ଏବେ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଇଣ୍ଟରନେଟ ସେବା ବନ୍ଦ ରଖାଯାଇଛି। ଧାରା ୧୪୪ ଲଗାଯିବା ସହ ସ୍କୁଲ୍-କଲେଜ ମଧ୍ୟ ଛୁଟି ରହିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button