ଦେଶ

ମୋଦୀଙ୍କୁ ରୁଷ୍‌ ଆସିବାକୁ ନିମନ୍ତ୍ରଣ କଲେ ପୁଟିନ୍‌ – Ibnodisha

[ad_1]

ନୂଆଦିଲ୍ଲୀ: ଆସନ୍ତା ବର୍ଷ ବାର୍ଷିକ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ପରସ୍ପରକୁ ଭେଟିବେ ବୋଲି ରୁଷ୍‌ର ବୈଦେଶିକ ମନ୍ତ୍ରୀ ଲାଭ୍‌ରୋଭ୍‌ଙ୍କ ସହିତ ମିଳିତ ସାମ୍ବାଦିକ ସମ୍ମିଳନୀରେ ବୁଧବାର ଦିନ ଭାରତର ବୈଦେଶିକ ମନ୍ତ୍ରୀ ଜୟଶଙ୍କର କହିଛନ୍ତି।ବିବୃତି ପ୍ରାରମ୍ଭରେ ଜୟଶଙ୍କର କହିଥିଲେ କି, ଦୁଇ ନେତା ପରସ୍ପର ସହିତ ସବୁବେଳେ ଯୋଗାଯୋଗ ରଖିଛନ୍ତି। ମୋ ସହିତ ଆଲୋଚନା କରିବା ବେଳେ ରାଷ୍ଟ୍ରପତି ପୁଟିନ୍‌ କହିଛନ୍ତି, ରୁଷ୍‌ରେ ଆମ ବନ୍ଧୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଖି ପ୍ରୀତ ହେବି। ପୁଟିନ୍‌ କହିଛନ୍ତି, ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମର୍ଯ୍ୟାଦା ବିଷୟରେ ଜାଣୁ ବୋଲି ଅନେକ ଥର କହିଛି। ମୁଁ ତାଙ୍କ ମର୍ଯ୍ୟାଦା, ୟୁକ୍ରେନ୍‌ ଉପୁଜିଥିବା ପରିସ୍ଥିତି ସମେତ ଗୁରୁତ୍ବପୂର୍ଣ୍ଣ ତଥା ଜଟିଳ ପରିସ୍ଥିତି ପ୍ରତି ତାଙ୍କ ମନୋଭାବ କଥା କହୁଛି। କେଉଁ ପରିସ୍ଥିତି ଯୋଗୁଁ ଏ ଯୁଦ୍ଧ ହେଲା ସେ କଥା ମୁଁ ତାଙ୍କୁ ଥରକୁ ଥର କହିଛି। ଶାନ୍ତିପୂର୍ଣ୍ଣ ଭାବେ ଏହି ସମସ୍ୟାର ସମାଧାନ ନିମନ୍ତେ ସେ ଚାହୁଁଥିବା କଥା ବି ମୁଁ ଜାଣେ।ଜୟଶଙ୍କରଙ୍କୁ ପୁଟିନ୍‌ କହିଲେ, ତାଙ୍କୁ ମୋର ଶୁଭେଚ୍ଛା ଜଣାଇ ଦେବେ। କହିବେ, ଆମେ ତାଙ୍କୁ ଅପେକ୍ଷା କରିଛୁ। ୨୦୨୪ ଲୋକସଭା ନିର୍ବାଚନକୁ ଉଦ୍ଦେଶ୍ୟ କରି ସେ ପୁଣି କହିଲେ, ଆମେ ଜାଣୁ ଆସନ୍ତା ବର୍ଷ ଭାରତରେ ରାଜନୈତିକ କାର୍ଯ୍ୟକ୍ରମ ଅଧିକ ରହିବ। ଆମେ ଆମ ବନ୍ଧୁମାନଙ୍କର ସଫଳ କାମନା କରୁଛୁ। ଏ ସଂକ୍ରନ୍ତରେ ‘ଏକ୍ସ୍‌’ କରି ଜୟଶଙ୍କର କହିଛନ୍ତି, ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କ ସହିତ ଆଳାପ କରି ଗୌରବାନ୍ବିତ ମନେକଲି। ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆନ୍ତରିକ ଶୁଭେଚ୍ଛା ଜଣାଇବା ସହିତ ସେ ଦେଇଥିବା ବ୍ୟକ୍ତିଗତ ବାର୍ତ୍ତା ତାଙ୍କ ହାତରେ ଦେଲି। ମନ୍ତ୍ରୀ ମନ୍ତୁରୋଭ୍‌ ଓ ଲାଭ୍‌ରୋଭ୍‌ଙ୍କ ସହିତ କରିଥିବା ଆଲୋଚନା ବିଷୟରେ ସଂକ୍ଷେପରେ ସୂଚନା ଦେଲି। ଆମର ସମ୍ବନ୍ଧ ଆହୁରି ସୁଦୃଢ଼ କରିବା ଲାଗି ତାଙ୍କ ମାର୍ଗଦର୍ଶନକୁ ଗ୍ରହଣ କଲି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button