ଦେଶ

ଭଗବାନ ଶିବଙ୍କୁ ନିଜ ମସ୍ତକ ଅର୍ପଣ କଲେ ଭକ୍ତ – Ibnodisha

[ad_1]

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲଲିତପୁରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ଯୁବକ ଭଗବାନ ଶିବଙ୍କୁ ନିଜ ମସ୍ତକ ଅର୍ପଣ ପାଇଁ ବେକ କାଟି ଦେଇଥିବାର ଦୁଃଖଦ ଘଟଣା ଘଟିଛି । ଲଲିତପୁର ସଦର ଥାନା ଅନ୍ତର୍ଗତ ରଘୁନାଥପୁରା ଗ୍ରାମରେ ରହୁଥିବା ଦୀପକଙ୍କ ପୁଅ ପଲଟୁ ପ୍ରଭୁ ଶିବଙ୍କ ଭକ୍ତ । ଅନେକ ସମୟରେ ସେ ଶିବଙ୍କ ଦର୍ଶନ ପାଇବା ସହିତ ପ୍ରସନ୍ନ କରିବା ପାଇଁ ଅଦ୍ଭୁତ କାମ ସବୁ କରିଥାଆନ୍ତି । ଏମିତି କି ସେ ଭଗବାନଙ୍କ ଶିବଙ୍କ ଭକ୍ତିରେ ନିଜ ଜୀବନକୁ ଅର୍ପଣ କରିଦେବେ ବୋଲି ଘରେ ସବୁବେଳେ କହିଥାଆନ୍ତି ।

ମଙ୍ଗଳବାର ପଲଟୁ ଶିବ ମନ୍ଦିରକୁ ଯାଇଥିଲେ । ସେଠାରେ ଜଣେ ଗ୍ରାମବାସୀ ଧରିଥିବା କଟର ମେସିନ୍ ଦେଖି ପଲଟୁ ତାହାକୁ ଚଲାଇବାକୁ ମାଗିଥିଲେ। ଗ୍ରାମବାସୀ କିନ୍ତୁ ପଲଟୁଙ୍କ କଥା ଶୁଣି ନଥିଲେ । ଏହାପରେ ପଲଟୁ କଟର ମେସିନ୍ ଥିବା ଗ୍ରାମବାସୀଙ୍କ ପାଖକୁ ଯାଇ ନିଜେ ଉକ୍ତ କଟରର ସୁଇଜ ଅନ କରି ଦେଇଥିଲେ । ଆଉ ବେକର ପଛପାର୍ଶ୍ୱକୁ କାଟି ପକାଇଥିଲେ ।

ଏହା ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ସ୍ତବ୍ଧ ହୋଇଯାଇଥିଲେ । କ’ଣ କରିବେ ପଲଟୁଙ୍କୁ କେମିତି ବଞ୍ଚାଇବେ କିଛି ବୁଝି ପାରି ନଥଲେ । ଏହାପରେ ମନ୍ଦିର ପରିସରରେ ଉପସ୍ଥିତ ଥିବା କିଛି ଲୋକେ ସଙ୍ଗେସଙ୍ଗେ ରକ୍ତାକ୍ତ ଅବସ୍ଥାରେ ପଲଟୁଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଠିକ ସମୟରେ ଚିକିତ୍ସା ଆରମ୍ଭ କରିଥିବାରୁ ପଲଟୁଙ୍କ ଜୀବନ ବଞ୍ଚିଯାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button