ରାଜ୍ୟ

ପିସିସି ପକ୍ଷରୁ କଂଗ୍ରେସର ୧୩୯ ତମ ପ୍ରତିଷ୍ଠା ଦିବସ ପାଳିତ – Ibnodisha

[ad_1]

ଭୁବନେଶ୍ୱର – ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭାରତୀୟ ଜାତୀୟ କଂଗ୍ରେସର ୧୩୯ତମ ପ୍ରତିଷ୍ଠା ଦିବସ କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳେ ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ଦଳୀୟ ପତାକା ଉତୋଳନ କରି ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ଏବଂ ସ୍ୱାଧୀନୋତର ଭାରତ ଗଠନରେ କଂଗ୍ରେସର ମହାନ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ଶ୍ରୀ ହରିଚନ୍ଦନ ୧୯୨୦ ମସିହାରେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ହୋଇଥିବା ଅସହଯୋଗ ଆନ୍ଦୋଳନ ଠାରୁ ଆରମ୍ଭ କରି ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ହୋଇଥିବା ଭାରତ ଯୋଡ଼ ଯାତ୍ରା ଏବଂ ଭାରତ ନ୍ୟାୟ ଯାତ୍ରା ବିଷୟରେ ଅବତାରଣା କରିଥିଲେ । ପରାଧୀନତାର ଅନ୍ଧକାରରେ ୧୮୮୫ ମସିହାରେ ମାତ୍ର ୭୨ ଜଣ ସଦସ୍ୟକୁ ନେଇ ଗୋକୁଳ ଦାସ ତେଜପାଲ ସଂସ୍କୃତ ପାଠଶାଳାରେ ଯେଉଁ କଂଗ୍ରେସ ଦଳ ଜନ୍ମ ନେଲା ତାହା କ୍ରମେ ଏକ ବିଶାଳ ସଂଗଠନରେ ପରିଣତ ହୋଇ ଭାରତକୁ ଇଂରେଜ ଶାସନରୁ ମୁକ୍ତି ଦେଲା । ଏହି ଦଳ ଏବେ ପୃଥିବୀର ଏକ ସର୍ବବୃହତ, ସର୍ବପ୍ରାଚୀନ ଗଣତାନ୍ତ୍ରିକ ସଂଗଠନ । ଭାରତର ମୁକ୍ତି ସଂଗ୍ରାମରେ ବଳିଦାନ ଦେଇଥିବା କଂଗ୍ରେସ ନେତୃବର୍ଗ ଓ କର୍ମୀଙ୍କପ୍ରତି ଶ୍ରୀ ହରିଚନ୍ଦନ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ବ୍ରିଟିଶ ବିରୋଧି ଜାଗରଣ ପାଇଁ ଯେଉଁ ଐତିହାସିକ ଜନଆନ୍ଦୋଳନ ହୋଇଥିଲା ଏବଂ ସେଥିରେ କଂଗ୍ରେସ ଦଳର କର୍ମୀମାନେ ଯେଉଁ ବଳିଦାନ ଓ ତ୍ୟାଗ ସ୍ୱୀକାର କରିଥିଲେ ସେଭଳି ତ୍ୟାଗ ଅନ୍ୟ କୋଣସି ଦଳରେ ନାହିଁ ବୋଲି ସେ କହିଥିଲେ । ମହାତ୍ମା ଗାନ୍ଧୀଙ୍କର “କର ବା ମର” ଆହ୍ୱାନ, ସାରା ଦେଶରେ ନିଜର ଚିତାଭସ୍ମକୁ ବିଂଚିବାପାଇଁ ପଣ୍ଡିତ ନେହେରୁଙ୍କର ଇଛା, ଇନ୍ଦିରାଜୀଙ୍କର ଜୀବନର ଶେଷରକ୍ତ ବିନ୍ଦୁ ଥିବା ପର୍ଯ୍ୟନ୍ତ ଦେଶ ପାଇଁ ସେବାର ଆହ୍ୱାନ, ରାଜୀବ ଗାନ୍ଧୀଙ୍କର ଡିଜିଟାଲ ଇଣ୍ଡିଆର କାର୍ଯ୍ୟକାରିତା, ସୋନିଆ ଗାନ୍ଧୀଙ୍କର ଦେଶର ପ୍ରଧାନମନ୍ତ୍ରୀ ପଦବୀ ପ୍ରତି ମୋହତ୍ୟାଗ ଏବଂ ଦେଶରେ ସାମାଜିକ, ଅର୍ଥନୈତିକ ଏବଂ ଗଣତାନ୍ତ୍ରିକ ସୁରକ୍ଷା ପାଇଁ ରାହୁଲ ଗାନ୍ଧୀଙ୍କର ଭାରତ ଯୋଡ଼ ଯାତ୍ରା ଏବଂ ଭାରତ ନ୍ୟାୟ ଯାତ୍ରା ଏ ଦେଶର ସାଧାରଣ ଜନତାଙ୍କ ପାଇଁ ଏବଂ ଦେଶପାଇଁ କଂଗ୍ରେସର ଅମୂଲ୍ୟ ତ୍ୟାଗ, ଦେଶପ୍ରୀତି ଓ ଅଙ୍ଗୀକାର ବଦ୍ଧତାକୁ ସ୍ପଷ୍ଟ କରୁଛି । ସ୍ୱାଧୀନୋତର ଭାରତରେ ଦୀର୍ଘ ବର୍ଷଧରି କଂଗ୍ରେସ ଦେଶପାଇଁ ଯେଉଁ ସମ୍ପତି ସୃଷ୍ଟି କରିଥିଲା ତାହାକୁ ଆଜି ମୋଦି ସରକାର ନିଜର ଶିଳ୍ପପତି ବନ୍ଧୁମାନଙ୍କୁ ଦାନ ଦେଇଦେଉଛନ୍ତି । ପ୍ରାୟ ୧୪ଲକ୍ଷ ୫୬ ହଜାର କୋଟି ଟଙ୍କା ପୁଞ୍ଜିପତିମାନଙ୍କ ଋଣଛାଡ଼ କରିଦେଇଛନ୍ତି । ଦେଶର ଗଣତନ୍ତ୍ର ଆଜି ବିପଦରେ, ସାମ୍ବିଧାନିକ ଅନୁଷ୍ଠାନ ଗୁଡିକ ନିରପେକ୍ଷ ରହିପାରୁ ନାହାନ୍ତି । ବିରୋଧି ଦଳଙ୍କ କଣ୍ଠରୋଧ ପାଇଁ ଇଡି, ସିବିଆଇ ଭଳି ଅନୁଷ୍ଠାନର ଅପବ୍ୟବହାର ହେଉଛି । ଆମେ ସେହି ପୂର୍ବସୁରୀ ମାନଙ୍କର ଉତରପିଢ଼ୀ । କଂଗ୍ରେସର ଦାୟୀତ୍ୱକୁ ଆମେ କାନ୍ଧରେ ବହନ କରୁଛେ । ଆଜିର ଦିନରେ ଦେଶରେ ସାମାଜିକ, ଗଣତାନ୍ତ୍ରିକ, ଅର୍ଥନୈତିକ ନ୍ୟାୟର ସୁରକ୍ଷା ପାଇଁ ଆମେ ହିଁ ଲଢ଼େଇ କରିବା । ଏହି କାର୍ଯ୍ୟକ୍ରମକୁ ପ୍ରଦେଶ କଂଗ୍ରେସ ସେବାଦଳ ପକ୍ଷରୁ ଅଧ୍ୟକ୍ଷ ଶ୍ରୀ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଓ ଜ୍ୟୋତିଷ କୁମାର ସାହୁ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜାତୀୟ ସଂଗୀତ ଓ ଶେଷରେ ଜାତୀୟ ଗୀତିକା ଗାନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ରାମଚନ୍ଦ୍ର ଖୁଂଟିଆ, ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ଅନନ୍ତ ପ୍ରସାଦ ସେଠୀ, ଡ. ଯୁଧିଷ୍ଠିର ଜେନା, ଡ. ଲଲାଟେନ୍ଦୁ ମହାପାତ୍ର, କିଶୋର ଜେନା, ବିଶ୍ୱଜିତ ଦାଶ, ରଣଜିତ ପାତ୍ର, ମନୋରଞ୍ଜନ ଦାଶ, ବିଷ୍ଣୁ ବାରିକ, ଚିନ୍ମୟ ସୁନ୍ଦର ଦାସ, ଶ୍ରୀନିବାସ ରାଉତରାୟ, ପ୍ରକାଶ ମିଶ୍ର, ତରୁଣ ମିଶ୍ର, ଅମିୟ ପାଣ୍ଡବ, ରଜନୀ ମହାନ୍ତି, ଦୀପକ କୁମାର ମହାପାତ୍ର, ହଳଧର ସେଠୀ, ମନୋରଞ୍ଜନ ରାଉତରାୟ, ସୁଶାନ୍ତ ତ୍ରିପାଠୀ, ମୋହନ ଜେନା, ବାଙ୍କନିଧି ବେହେରା, ସଂକୁନା କହଁର, ମିହିର ଆଚାର୍ଯ୍ୟ, ଲିଙ୍ଗରାଜ ସାହୁ, ସୁଧାଂଶୁ ମହାନ୍ତି, ବିକାଶ ଗରାବଡ଼ୁ, ପ୍ରଣତୀ ମିଶ୍ର, ସତ୍ୟବ୍ରତ ନାୟକ, ଭାଗ୍ୟଶ୍ରୀ ପ୍ରଧାନ, ପ୍ରଶାନ୍ତ କୁମାର ଚମ୍ପତି, ଜାନକୀ ମଲ୍ଲିକ, କନକ ମଲ୍ଲିକ, କୁସୁମ ପ୍ରଧାନ, ଆଲୋକ ମହାନ୍ତି, ସୁଭାଷ ପ୍ରଧାନ, ସିଲି ସେଠୀ, କୈଳାସ ସାହୁ, ଶ୍ରେୟାସ୍ମିତା ପଣ୍ଡା, ଉଷାରାଣୀ ସାହୁ, ଏମଡି ସାହାଦୁଲ୍ଲା, ମସୁଦ ଅଲ୍ଲି, ନଳିନୀ ବେହେରା, ରାଜକିଶୋର ବାରିକ, ପ୍ରଭାତ ପ୍ରତାପ ସିଂ, ଜୟକୃଷ୍ଣ ସୁବୁଦ୍ଧି, ବିଜୟଲକ୍ଷ୍ମୀ ମହାପାତ୍ର, ରାଜକିଶୋର ସାହୁ, ନିଳିନୀ ନାୟକ, ବିନୋଦ ପାଣି, ବିଂରଚି ବାରିକ, ପ୍ରଶାନ୍ତ ବିଶୋୟୀ, ନାରାୟଣ ଜେନା, ଭାସ୍କର ସେଠୀ, ତାକ୍ୱିମ ଅହମ୍ମଦ, କୁଳମଣି ସାହୁ, ଖଗେଶ୍ୱର ମଲ୍ଲିକ, ରଞ୍ଜନ ଭୋଇ, ଦେବେନ୍ଦ୍ର ପ୍ରସାଦ ଦାସ, ବସନ୍ତ ପଣ୍ଡା, ଝୁଲିଆ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button