ରାଜ୍ୟ

ବାପ ଛେଉଣ୍ଡ ୪ ଛୁଆଙ୍କୁ ଛାଡ଼ି ମା’ ଫେରାର୍ – Ibnodisha

[ad_1]

ରିଆମାଳ: ନିଜ ଛୁଆ ପ୍ରତି ନିର୍ଦ୍ଦୟୀ ହେଲା ମା’। ଆଗରୁ ବାପ ଛେଉଣ୍ଡ ହୋଇଥିଲେ। ଏବେ ମା’ ଛାଡ଼ି ଫେରାର ହୋଇଗଲା। ୪ ଜଣ ଛୁଆ ଏବେ ଅସହାୟ ଅବସ୍ଥାରେ। ଏମିତି ଏକ ଦୁଃଖଦ ଘଟଣା ରିଆମାଳ ବ୍ଲକ ଖିଲେଇ ପଞ୍ଚାୟତ ଅନ୍ତର୍ଗତ ତଲେଇସର ଗ୍ରାମରେ ଦେଖିବାକୁ ମିଳିଛି। ନିଜ ଜନ୍ମିତ ୪ ସନ୍ତାନଙ୍କୁ ଛାଡି ପ୍ରାୟ ୧୫ ଦିନରୁ ଅଧିକ ହେବ ମା’ କୁଆଡ଼େ ଚାଲିଯାଇଛି। ଫଳରେ ଆଗରୁ ବାପ ଛେଉଣ୍ଡ ହୋଇପଡ଼ିଥିବା ୪ ସନ୍ତାନ ଏବେ ବେସାହାରା ହୋଇପଡ଼ିଛନ୍ତି। ଏହି କୁନି କୁନି ଛୁଆମାନେ ଏବେ ଭୋକ ବିକଳରେ ସାହି ପଡିଶାଙ୍କ ଉପରେ ନିର୍ଭର କରିବାକୁ ବାଧ୍ୟ ହୋଇଛନ୍ତି।

ଅନ୍ୟପକ୍ଷରେ ଘର ଛାଡି ଯିବା ବେଳେ ମା’ ନିଜ ସମସ୍ତ ସରକାରୀ କାଗଜପତ୍ର ସାଥିରେ ନେଇ ଯାଇଥିବା ପାଖ ପଡ଼ିଶା କହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ତଲେଇସର ଗ୍ରାମର ଭୋଳେଶ୍ଵର ଶବର ପ୍ରାୟ ଅଢେଇ ବର୍ଷ ପୂର୍ବେ ରୋଗଗ୍ରସ୍ତ ହୋଇ ମୃତ୍ୟୁବରଣ କରିଥିଲେ। ଭୋଳେଶ୍ଵରଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ସବିତା ଶବର ନିଜ ୪ ସନ୍ତାନ ବଡ଼ ଝିଅ ପୂର୍ଣ୍ଣିମା, ପୁଅ ପରଦେଶୀ, ଝିଅ ପିଙ୍କି ଓ ୩ ବର୍ଷର ସାନ ପୁଅ ପ୍ରଦୀପକୁ ନେଇ ଭଙ୍ଗା ଦଦରା ଘରେ ରହୁଥିଲେ। ଏଠିସେଠି କାମଧନ୍ଦା​ କରି ଚଳୁଥିଲେ। ତେବେ ୧୫ ରୁ ୨୦ ଦିନ ହେବ ସବିତା ନିଜ ୪ ସନ୍ତାନଙ୍କୁ ଛାଡି ହଠାତ କେଉଁଆଡ଼େ ଚାଲିଯାଇଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button