ଅପରାଧ

ଗୋଲ୍ଡେନ୍ ବାବା ଠକେଇ: ୩ ଶହ ପୃଷ୍ଠାର ଚାର୍ଜସିଟ୍ ଦେଲା ଇଡି – Ibnodisha

[ad_1]

ନୂଆଦିଲ୍ଲୀ: ଆତ୍ମଘୋଷିତ ‘ଗୋଲଡେନ ବାବା’ ଜ୍ୟୋତିରଞ୍ଜନ ବେଉରାଙ୍କ ପାଇଁ ଅଡୁଆ ବଢ଼ିଛି । ତାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୩ ବର୍ଷ ପରେ ଚାର୍ଜସିଟ୍ ଦାଖଲ କରିଛି । ଭୁବନେଶ୍ୱର ସ୍ପେଶାଲ୍ କୋର୍ଟରେ ପାଖାପାଖି ୩ ଶହ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି । ଜ୍ୟୋତିରଞ୍ଜନ  ଏଥିରେ ଏକମାତ୍ର ଅଭିଯୁକ୍ତ ଥିବା ଜଣାପଡ଼ିଛି ।
ଜ୍ୟୋତିରଞ୍ଜନଙ୍କ ଘର କେନ୍ଦୁଝର ଜିଲ୍ଲା ବଡ଼ବିଲ ଅଞ୍ଚଳରେ । ୪ ବର୍ଷ ତଳେ ବଡବିଲ ଅଞ୍ଚଳର ଏମ୍‌ଏସ୍ ନ୍ୟାସନାଲ୍ ଏଣ୍ଟରପ୍ରାଇଜେସ ନାମକ ଏକ ସଂସ୍ଥାକୁ ଟାର୍ଗେଟ କରିଥିଲେ । ୧୧୦ କୋଟି ଟଙ୍କାର ଫାଇନାନ୍ସ କରାଇ ଦେବାକୁ ସଂସ୍ଥାର ମାଲିକ ଚରଣଜିତ୍ ସିଂହ ଗ୍ରେୱାଲ୍‌ଙ୍କୁ କହିଥିଲେ । ଏନେଇ ଏକ ଚୁକ୍ତି ମଧ୍ୟ ହୋଇଥିଲା । ଏହା ବଦଳରେ ସମ୍ପୃକ୍ତ ସଂସ୍ଥାର ମାଲିକ ଗୋଲଡେନ ବାବାଙ୍କୁ ୧୧ଟି ସିକ୍ୟୁରିଟି ଚେକ୍ ଦେଇଥିଲେ । ଯାହାର ଟଙ୍କା ଉଠାଣ ସମୟ  ୨୦୨୦ ଏପ୍ରିଲ୍‌ରୁ ଆରମ୍ଭ ହୋଇ ୨୦୩୦ ଏପ୍ରିଲ୍ ଯାଏ ଥିଲା । ଚରଣଜିତ୍ ଦେଇଥିବା ୧୧ଟି ଚେକ୍ ମଧ୍ୟରୁ ଗୋଟିଏର ଅବଧି ୨୦୨୮ ଏପ୍ରିଲ୍ ପହିଲାରେ ଥିଲା । କିନ୍ତୁ ଗୋଲଡେନ ବାବା ଉକ୍ତ ଚେକ୍‌ରେ ୨୦୧୮ ମସିହା ସେପ୍ଟେମ୍ବର ପହିଲା ବୋଲି ଜାଲିଆତି କରି ସମ୍ପୃକ୍ତ ରାଷ୍ଟ୍ରାୟତ ବ୍ୟାଙ୍କର ଦିଲ୍ଲୀସ୍ଥିତ ଶାଖାରୁ ୧୨ କୋଟି ଟଙ୍କା ଉଠାଇଥିଲେ । ଅଭିଯୋଗ ହେଲା ପରେ ୨୦୧୮ରେ ଡିସେମ୍ବରରେ ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ତାଙ୍କୁ ଗିରଫ କରିଥିଲା ।  ୨୦୧୯ରେ ଇଓଡବ୍ଲ୍ୟୁ ତଦନ୍ତ ଆରମ୍ଭ କରିଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button