IBN ଓଡ଼ିଶା ବ୍ୟୁରୋଅପରାଧ

ମମିତା ହତ୍ୟାକୁ ନେଇ ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର ଙ୍କ ପ୍ରତିକ୍ରିୟା।

IBN ଓଡିଶା(ବ୍ୟୁରୋ):-ବଲାଙ୍ଗିର: ବଲାଙ୍ଗିର ପୋଲିସ ଓ ମମିତା ହତ୍ୟା ଅଭିଯୁକ୍ତ ଗୋବିନ୍ଦ ମଧ୍ୟରେ ରହିଛି ମଧୂଚନ୍ଦ୍ରିକା । ମମିତାଙ୍କ ପରିବାରକୁ ବିଜେପିର ୧୫ ଜଣିଆ ପ୍ରତିନିଧି ଦଳ ଭେଟିବା ପରେ ସାମ୍ବାଦିକ ସମ୍ମିଳନୀରେ ଏକଥା କହିଛନ୍ତି ବିଜେପି ନେତା ତଥା ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର । ସେ କହିଛନ୍ତି ସମଗ୍ର ଘଟଣାକୁ ଅନୁଧ୍ୟାନ କଲେ ପୋଲିସର ଭୂମିକା ସନ୍ଦେହ ଘେରକୁ ଆସୁଛି । ମର୍ଡର ସିନ୍ ରିକ୍ରିଏଟ କରି ଏହାର ଭିଡିଓ ଗଣମାଧ୍ୟମକୁ ଦେବା, ମମିତାକୁ କେବେ ଓ କେଉଁଠି ହତ୍ୟା କରାଗଲା, ଅଭିଯୁକ୍ତକୁ ଅନ୍ୟତ୍ର ରଖାଯିବା, ପାଚେରୀ ଡେଇଁବା, ବିଳମ୍ବରେ ଧରାପଡ଼ିବା ଆଦି ଅନେକ ଘଟଣା ପୋଲିସ ଭୂମିକା ଉପରେ ସନ୍ଦେହ ଜାତ କରୁଛି । ପୋଲିସ ଏ ମାମଲାରେ ପ୍ରମାଣ ନଷ୍ଟ ପାଇଁ ତଦନ୍ତ କରୁଛି ବୋଲି ପ୍ରକାଶ ମିଶ୍ର କହିଛନ୍ତି । ସେପଟେ ଗୋବିନ୍ଦ ଗୋଡ଼ ଭଲ ନଥିବା ବେଳେ ସେ ପାଚେରୀ କିଭଳି ଡେଇଁଲା ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି ।ସେ ଆହୁରି କହିଛନ୍ତି ଯେ, ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା ପଛରେ ରହିଛି ବଡ଼ଧରଣର ଷଡ଼ଯନ୍ତ୍ର । ଯାହାକୁ ବର୍ତ୍ତମାନ ଯାଏ ତଦନ୍ତ ପରିସରକୁ ଅଣାଯାଇନି । କେବଳ ଗୋବିନ୍ଦକୁ ଧରି ପକାଇଲେ ହେବନି । ଏହା ପଛରେ ଯେଉଁ ପ୍ରଭାବଶାଳୀ ବ୍ୟକ୍ତିମାନେ ଅଛନ୍ତି, ସେମାନଙ୍କ ସମ୍ପର୍କରେ ମଧ୍ୟ ତଦନ୍ତ ଆରମ୍ଭ କରାଯିବା ଉଚିତ୍‌ ବୋଲି ବିଜେପି ନେତା ତଥା ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର କହିଛନ୍ତି ।ଆଜି ଦଳୀୟ କର୍ମକର୍ତ୍ତାଙ୍କ ସହ ଗ୍ରାଉଣ୍ଡ ଜିରୋକୁ ଯାଇ ବିଜେପି ନେତା ପ୍ରକାଶ ମିଶ୍ର ବାସ୍ତବ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହି ଘଟଣାରେ କେବଳ ଜଣଙ୍କର ସମ୍ପୃକ୍ତି ମାନିବା ଠିକ୍ ନୁହେଁ, ଏଥିରେ ଏକାଧିକ ବ୍ୟକ୍ତିଙ୍କ ହାତ ରହିଛି ବୋଲି ପ୍ରକାଶ ମିଶ୍ର କହିଛନ୍ତି । ପୋଲିସ ହେପାଜତରେ ଥିବାବେଳେ କେମିତି ଖସିଗଲେ ଗୋବିନ୍ଦ ? କାହିଁକି ଗୋବିନ୍ଦକୁ ଅଣାଯାଇଥିଲା ଟିଟିଲାଗଡ଼ ? ଏତଲା ପଞ୍ଜୀକରଣଠୁ ମୁଦାଲାକୁ ସ୍ଥାନାନ୍ତର ଯାଏ, ସବୁକିଛିକୁ ଦେଖିଲେ ବଡ଼ ରହସ୍ୟ ଲୁଚି ରହିଥିବା ଆଶଙ୍କା ଦୃଢ଼ୀଭୁତ ହେଉଛି । ତେଣୁ ଏ ଦିଗକୁ ତଦନ୍ତ ପରିସରକୁ ଅଣାଯିବା ଉଚିତ୍‌ ବୋଲି ପୂର୍ବତନ ଡିଜିପି ପ୍ରକାଶ ମିଶ୍ର କହିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button