ଅପରାଧ

ପ୍ରେମରେ ଅନ୍ଧ ଝିଅ; ପ୍ରେମିକ ସହ ମିଶି ବାପାକୁ ରାସ୍ତାରୁ ହଟାଇବାକୁ ରଚିଲା ଷଡ଼ଯନ୍ତ୍ର…. – Ibnodisha

[ad_1]

ମୁମ୍ବାଇ: ନିଜ ପ୍ରେମ ପାଇଁ ଝିଅ ଭୁଲିଗଲା ବାପା-ଝିଅର ସମ୍ପର୍କ । ପ୍ରେମ ବିବାହ କରିବାକୁ ଝିଅକୁ ବାଧା ଦେବାରୁ ବାପାକୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କଲା ଝିଅ । ପ୍ରେମିକ ସହ ମିଶି ରଚିଥିଲା ଷଡ଼ଯନ୍ତ୍ର । ଗୁଣ୍ଡା ଲଗାଇ ବାପାଙ୍କୁ କଲା ମରଣାତ୍ମକ ଆକ୍ରମଣ । ଏଭଳି ଏକ ଘଟଣା ଘଟିଛି ମହାରାଷ୍ଟ୍ରର ପୁନେରେ । ଯେଉଁଠାରେ ଜଣେ ଝିଅ ନିଜ ବାପାକୁ ଜୀବନରୁ ମାରିଦେବା ପାଇଁ ବାପା ପଛରେ ଗୁଣ୍ଡା ଲଗାଇ ଦେବାକୁ ପଛାଇନି ।

ପୋଲିସର ସୂଚନା ଅନୁସାରେ, ମହାରାଷ୍ଟ୍ର ସୋଲାପୁର ଜିଲ୍ଲା ମାଧାର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ମହେନ୍ଦ୍ର ଶାହ ତାଙ୍କ ଝିଅ ସାକ୍ଷୀ ଶାହଙ୍କୁ ଆଣିବା ପାଇଁ କାର ନେଇ ପୁନେ ଯାଇଥିଲେ । ସେଠାରୁ ଝିଅକୁ ନେଇ ଫେରିବା ବାଟରେ ସାକ୍ଷୀ ମଝି ରାସ୍ତାରେ ଟଏଲେଟ୍ ଯିବା ପାଇଁ କହି ବାପାଙ୍କୁ ଗାଡି ଅଟକାଇବା ପାଇଁ କହିଥିଲେ । ଏହା ପରେ ମହେନ୍ଦ୍ର କାର୍କୁ ଅଟକାଇଥିଲେ । ତେବେ କାର ଅଟକିବା ପରେ ପଛରୁ ୨ଟି ବାଇକରେ ୪ଜଣ ଲୋକ ଆସି ମହେନ୍ଦ୍ରଙ୍କୁ ଆକ୍ରମଣ କରିଥିଲେ, ଫଳରେ ତାଙ୍କ ଗୋଡ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ।

ମହେନ୍ଦ୍ରଙ୍କୁ ଆକ୍ରମଣ କରି ଅଭିଯୁକ୍ତମାନେ ସେଠାରୁ ଚମ୍ପଟ୍ ମାରିଥିଲେ । ତେବେ ମହେନ୍ଦ୍ରଙ୍କ ଚିତ୍କାର ଶୁଣି ସ୍ଥାନୀୟ ଅଞ୍ଚଳର ଉପସରମଞ୍ଚ ବାପୁ କାଲେ ଏବଂ ରାମ ଚରଣ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ । ସେମାନେ ତୁରନ୍ତ ମହେନ୍ଦ୍ରଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇଯାଇଥିଲେ । ଏହା ପରେ ଏନେଇ ସୋଲାପୁର ଜିଲ୍ଲା ମାଧା ଥାନାରେ ସୂଚନା ଦେଇଥିଲେ । ତେବେ ପୋଲିସ ମହେନ୍ଦ୍ରଙ୍କୁ ହୋଇଥିବା ଆକ୍ରମଣର କାରଣ ବିଷୟରେ ଜାଣିବା ପାଇଁ ତଦନ୍ତ କରିବା ସମୟରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଥିଲା । ଏହି ଆକ୍ରମଣ ପଛର ମୁଖ୍ୟ ଅଭିଯୁକ୍ତ ମହେନ୍ଦ୍ରଙ୍କ ଝିଅ ସାକ୍ଷୀ ବୋଲି ପୋଲିସ ଜାଣିବାକୁ ପାଇଛି । ଏହାପରେ ସାକ୍ଷୀଙ୍କୁ ପଚରାଉଚରା ବେଳେ ସବୁ ସତ ସାମ୍ନାକୁ ଆସିଥିଲା ।

ସାକ୍ଷୀଙ୍କ କହିବା ଅନୁସାରେ ସେ ଚୈତନ୍ୟ ନାମକ ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ ଏବଂ ତାଙ୍କୁ ବିବାହ କରିବା ପାଇଁ ଚାହୁଁଥିଲେ । କିନ୍ତୁ ଏକଥା ଜାଣିବା ପରେ ସାକ୍ଷୀଙ୍କ ବାପା ଏଥିରେ ଅରାଜି ହେବା ସହ ଝିଅକୁ ଏଥିରେ ବାଧା ଦେଇଥିଲେ । ତେବେ ପ୍ରେମରେ ଅନ୍ଧ ହୋଇ ସାକ୍ଷୀ ଶେଷରେ ନିଜ ବାପାଙ୍କୁ ହିଁ ରାସ୍ତାରୁ ହଟାଇବା ପାଇଁ ପ୍ରେମିକ ସହ ମିଶି ଷଡ଼ଯନ୍ତ୍ର କରିଥିଲା । ଏଥିପାଇଁ ସେ ୪ ଜଣ ଭଡାଟିଆ ଗୁଣ୍ଡାଙ୍କୁ ୬୦ହଜାର ଟଙ୍କାର ସୁପାରି ମଧ୍ୟ ଦେଇଥିଲା । ପୂର୍ବ ଯୋଜନା ମୁତାବକ ମହେନ୍ଦ୍ର ତାଙ୍କ ଝିଅ ସାକ୍ଷୀକୁ ନେଇ ପୁନେରୁ ଫେରିବା ବାଟରେ ମହେନ୍ଦ୍ରଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ତେବେ ଏହି ଘଟଣାରେ ସାକ୍ଷୀ ଏବଂ ତାଙ୍କ ପ୍ରେମିକ ସମେତ ଅନ୍ୟ ୪ ଅଭିଯୁକ୍ତଙ୍କୁ ମାଧା ପୋଲିସ ଗିରଫ କରିଥିବା ସୂଚନା ରହିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button