ଅପରାଧ

ରାଜ୍ୟରେ ପ୍ରଥମ: ବ୍ରାଉନ୍‌ସୁଗାର ମାମଲାରେ ନାବାଳକ ଦଣ୍ଡିତ – Ibnodisha

[ad_1]

ଭୁବନେଶ୍ବର : ବ୍ରାଉନସୁଗାର ବେପାର ଓ ଚୋରା ଚାଲାଣ ମାମଲାରେ ପ୍ରାୟ ୨ବର୍ଷ ତଳେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ହାତରେ ଧରା ପଡ଼ିଥିବା ଜଣେ ନାବାଳକ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ଦଣ୍ଡିତ ହୋଇଛନ୍ତି। ଏହା ପରେ ତାଙ୍କୁ ବ୍ରହ୍ମପୁରସ୍ଥିତ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି। ଗିରଫ ହେବା ପରଠାରୁ ସେ ବାଳସୁଧାର ଗୃହରେ ଥିଲେ। ବାକି ଦଣ୍ଡ ମଧ୍ୟ ସେଠାରେ କାଟିବେ ବୋଲି ଜଣାପଡ଼ିଛି। ଏହି ସମୟ ମଧ୍ୟରେ ଶିକ୍ଷା, କୌଶଳ ବିକାଶ, କାଉନସେଲିଂ, ବ୍ୟବହାର ପରିବର୍ତ୍ତନ ଓ ମାନସିକ ସହାୟତା ଯୋଗାଇ ଦେବାକୁ ବୋର୍ଡ ନିର୍ଦ୍ଦେଶ ଦେଇଛନ୍ତି। ବ୍ରାଉନସୁଗାର କାରବାର ମାମଲାରେ ନାବାଳକ ଦଣ୍ଡିତ ହେବା ରାଜ୍ୟରେ ଏହା ପ୍ରଥମ ମାମଲା ବୋଲି କୁହାଯାଉଛି। ନାବାଳକ ଭଦ୍ରକ ଅଞ୍ଚଳର ବୋଲି ଜଣାପଡ଼ିଛି।ମାମଲାରୁ ଜଣାପଡ଼ିଛି, ୨୦୨୧ ଅଗଷ୍ଟ ୧୨ ତାରିଖରେ ଜଣେ ବ୍ରାଉନସୁଗାର ବେପାରୀ ବାଲେଶ୍ବରର ଜଳେଶ୍ବରରୁ ଧଳାଜହର ଧରି ଭୁବନେଶ୍ବର ଆସୁଥିବା ଏସ୍‌ଟିଏଫ୍ ସୂଚନା ପାଇଥିଲା। ବାଲେଶ୍ବର ନିକଟରୁ ଏସ୍‌ଟିଏଫ୍ ଜାତୀୟ ରାଜପଥରେ ବ୍ରାଉନସୁଗାର ଧରି ଆସୁଥିବା ନାବାଳକଙ୍କୁ ପିଛା କରିଥିଲା। ନାବାଳକ କଟକରୁ ଜଣେ ସହଯୋଗୀଙ୍କୁ ଧରି ଖୋର୍ଦ୍ଧା ଅଭିମୁଖେ ବାହାରିଥିଲେ। ଖୋର୍ଦ୍ଧା ବସଷ୍ଟାଣ୍ଡରେ ପହଞ୍ଚିବା ପରେ ସେଠାରୁ ଗଡ଼ଖୋର୍ଦ୍ଧା ଅଞ୍ଚଳର ସୌରଭ ପଟ୍ଟନାୟକ ନାମକ ଜଣେ ଲୋକକୁ ଡକାଇଥିଲେ। ସେହି ୩ ଜଣ ଏକାଠି ହୋଇ ମୂଲଚାଲ କରୁଥିବା ବେଳେ ସେମାନଙ୍କୁ ମାଡ଼ି ବସିଥିଲା ଏସ୍‌ଟିଏଫ୍। ସେମାନଙ୍କ ନିକଟରୁ ୧ କେଜି ୨୬୮ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା, ଯାହାର ବଜାର ମୂଲ୍ୟ ୧ କୋଟି ୩୦ ଲକ୍ଷ ଟଙ୍କା ହେବ। ଏହି ମାମଲାରେ ୧୧ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିବା ବେଳେ ୪୪ଟି ଦସ୍ତାବିଜ୍ ଉପସ୍ଥାପନ କରାଯାଇଥିଲା। ଅନ୍ୟ ୨ ଅଭିଯୁକ୍ତଙ୍କ ମାମଲାର ଶୁଣାଣି ଜାରି ରହିଛି। ମାମଲାର ଅଭିଯୋଗକାରୀ ଇନ୍ସପେକ୍ଟର ଅଶୋକ କୁମାର ଗିରି ହୋଇଥିବା ବେଳେ ତଦନ୍ତକାରୀ ଅଧିକାରୀ ହେଉଛନ୍ତି ଡିଏସ୍‌ପି ଦିଲ୍ଲୀପ କୁମାର ସାହୁ ଓ ଇନ୍ସପେକ୍ଟର ସୁନୀତା ପ୍ରଧାନ। ସରକାରଙ୍କ ପକ୍ଷରୁ ରୂପରଞ୍ଜନ ମିଶ୍ର ପରିଚାଳନା କରୁଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ, ବ୍ରାଉନସୁଗାର କାରବାରରେ ଏବେ ଶତାଧିକ ନାବାଳକ ନିୟୋଜିତ ଅଛନ୍ତି। ଏପରିକି ନାବାଳକ ଛାତ୍ର ମଧ୍ୟ ବେପାରରେ ସକ୍ରିୟ ରହିଛନ୍ତି। କେବଳ ଆଇନଶୃଙ୍ଖଳା ଦୃଷ୍ଟିରୁ ନୁହେଁ, ସାମାଜିକ ଓ ପାରିବାରିକ ଦୃଷ୍ଟିରୁ ମଧ୍ୟ ଏହା ଉଦ୍‌ବେଗଜନକ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button