ଅପରାଧରାଜ୍ୟ

ଟ୍ରେନ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

ଅନୁଗୋଳ: ଚାଷ ଜମିକୁ ଯିବା ବେଳେ ଟ୍ରେନ ଧକ୍କାରେ ଜଣେ ମୃତ। ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ରାଣୀଗୋଡା ଗ୍ରାମ ପଞ୍ଚାୟତର ପୁରୁଣା ସାହି ପଞ୍ଚୁ ନାଥ ବେହେରା (୭୫) ଚାଷ ଜମିକୁ ଯାଉଥିବା ବେଳେ ଟ୍ରେନ ଧକ୍କା ରେ ମୃତ୍ୟୁବରଣ କରିଛନ୍ତି। ପରିବାର ଲୋକଙ୍କ ଠାରୁ ମିଳିଥିବା ସୂଚନା ଅନୁଯାଇ ରାଣୀଗୋଡା ଗ୍ରାମ ପୁରୁଣା ସାହିର ଆରଡି ରୋଡ ଦେଇ ଯାଇଥିବା ଟ୍ରେନ୍ ଲାଇନ ପାର ହୋଇ ଚାଷ ଜମିକୁ ଯାଉଥିବା ବେଳେ ଏକ ଟ୍ରେନ ଧକ୍କା ଦେଇଥିଲା।ଯାହା ଫଳରେ ଘଟଣା ସ୍ଥଳରେ ମୃତ୍ଯୁ ବରଣ କରିଥିଲେ। ଯାହା ଫଳରେ ଖବର ପାଇ ଘଟଣା ସ୍ଥଳରେ RPF ପହଁଚି ଥିଲା। ଖବର ପାଇ ଗ୍ରାମବାସୀ ଘଟଣା ସ୍ଥଳରେ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଅଧିକ ଉତେଜନା ହେବାରୁ GRP ପହଁଚି ଥିଲେ। ଉତେଜନା କୌଣସି ସମାଧାନ ହୋଇ ନଥିଲା। ବୁଝାଶୁଝା ପରେ ପଞ୍ଚୁ ନାଥଙ୍କ ଶବକୁ ପରିବାର ବର୍ଗକୁ ହସ୍ତାନ୍ତର କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button