IBN ଓଡ଼ିଶା ବ୍ୟୁରୋ

ସ୍ୱାସ୍ଥ୍ୟ ପାଇଁ ଜବରଦସ୍ତ ‘ମସଲା ଉତ୍ତପମ’, ଜାଣନ୍ତୁ ଏହାକୁ କେମିତି କରିବେ ପ୍ରସ୍ତୁତ

କଣ ଆପଣ କେବେ ‘ମସଲା ଉତ୍ତପମ’ର ସ୍ୱାଦ ଚାଖିଛନ୍ତି। ପ୍ରାୟ ଲୋକ ଏହାର ସ୍ୱାଦ ଚାଖିଥିବେ କିନ୍ତୁ ଆଜି ଆମେ ଏମିତି ଟିପ୍ସ ଜଣାଇବୁ ଯେଉଁଥିରେ ଆପଣ ପୂରା ବଜାର ଭଳି ସ୍ୱାଦ ପାଇପାରିବେ। ଉତ୍ତପମ୍‌ ସ୍ୱାଦରେ ଯେମିତି ନମ୍ବା ଓ୍ଵାନ ହୋଇଥାଏ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ ଉପଯୋଗୀ ହୋଇଥାଏ। ଏଥିପାଇଁ ଆଜି ଆମେ ଆପଣଙ୍କୁ ଜଣାଇବୁ ଏହାକୁ ଆପଣ କେମିତି ଘରେ କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

ଚାଉଳ – ୨୫୦ ଗ୍ରାମ

ଆଳୁ – ୪ଟି

ପିଆଜ -୨ଟି

ସିମଲା ଲଙ୍କା -୨ଟି

ଟମାଟୋ – ୩

କଞ୍ଚା ଲଙ୍କା – ୪ଟି

ଧନିଆପତ୍ର – ୧ ବଡ ଚାମଚ

ଲେମ୍ବୁ – ୨ଟି

ତେଲ – ଦୁଇ ଛୋଟ ଚାମଚ

ଜୀରା – ୨ ଛୋଟ ଚାମଚ

ସୋରିଷ ତେଲ – ୨ ଛୋଟ ଚାମଚ

ହଳଦି ପାଉଡର – ୧ ଛୋଟ ଚାମଚ

ଲାଲ ଲଙ୍କା ପାଉଡର – ୧/୨ ଛୋଟ ଚାମଚ

ହେଙ୍ଗୁ ପାଉଡର – ୧/୪ ଛୋଟ ଚାମଚ

ଭ୍ରୁସୁଙ୍ଗ ପତ୍ର – ୩ଟି

ଲୁଣ – ସ୍ୱାଦାନୁସାରେ

vegetableପ୍ରସ୍ତୁତି ପ୍ରଣାଳୀ

ସର୍ବପ୍ରଥମେ ଚାଉଳକୁ ଭଲଭାବେ ପାଣିରେ ଧୋଇ ଦିଅନ୍ତୁ। ଏବେ ଏକ ତାଓ୍ଵା ତେଲ ଗରମ କରନ୍ତୁ।

ତେଲ ଗରମ ହେବା ପରେ ସେଥିରେ ସୋରିଷ ଦାନା, ହେଙ୍ଗୁ ପାଉଡର, ଭ୍ରୁସଙ୍ଗ ପତ୍ର ଏବଂ ଲାଲ ଲଙ୍କା ପାଉଡର ପକାଇ ଭାଜନ୍ତୁ।

ଏହାପରେ ଆଳୁ, ସିମଲା ଲଙ୍କା, ଟମାଟୋ, ହଳଦି ଏବଂ ଲୁଣ ପକାନ୍ତୁ ଏବଂ ଏଥିରେ ସାମାନ୍ୟ ପାଣି ଦେଇ ମିଡିୟମ ଆଞ୍ଚରେ ଫୁଟାନ୍ତୁ।

ଯେତେବେଳେ ଟମାଟା ଭଲଭାବେ ହୋଇଯିବ ସେତେବେଳେ ଏଥିରେ ଚାଉଳକୁ ବାଟି ରଖିଥିବା ଆଣକୁ ପିଠା ଆକାର ଦିଅନ୍ତୁ।

ଏହାଭଲଭାବେ ହୋଇଗଲା ପରେ ସବୁ ମିଶ୍ରଣକୁ ଏହା ଉପରେ ରଖନ୍ତୁ। ଏହାକୁ କିଛି ସମୟ ପର୍ଯ୍ୟନ୍ତ ଗ୍ୟାସରେ ରଖିବା ପରେ ଆଞ୍ଚ ବନ୍ଦ କରିଦିଅନ୍ତୁ।

ଏବେ ଆପଣଙ୍କର ଗରମା ଗରମ ହେଲଦି ଉତ୍ତପମ୍‌ ପ୍ରସ୍ତୁତ ହୋଇଯାଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button