ରାଜ୍ୟ

ଆସନ୍ତା କାଲି କରନ୍ତୁ ମା’ ଲକ୍ଷ୍ମୀଙ୍କ ପୂଜା, ବର୍ଷସାରା ଦେଖାଯିବ ନାହିଁ ଧନ ସମସ୍ୟା

ଆପଣମାନେ ଜାଣିଥିବେ ଆଉ କିଛି ଘଣ୍ଟା ପରେ ନୂଆ ବର୍ଷ ୨୦୨୦ ଆରମ୍ଭ ହେବ। କୁହାଯାତାଏ ଦିନର ଆରମ୍ଭ ଯଦି ଭଲ ହୁଏ ତେବେ ସମ୍ପୂର୍ଣ୍ଣ ଦିନଟି ଭଲରେ କଟିଥାଏ। ଠିକ୍‌ ସେହିଭଳି ଯଦି ବର୍ଷର ପ୍ରଥମ ଦିନ ଭଲରେ କଟିଥାଏ ତେବେ ପୁରା ବର୍ଷ ମଧ୍ୟ ଭଲରେ ବିତିଥାଏ। ନୂଆବର୍ଷର ଆରମ୍ଭରେ ପ୍ରତ୍ୟେକ ବ୍ୟକ୍ତି ଧନ ସମ୍ପନ୍ଧିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଚାହିଁଥାନ୍ତି। ଯଦି ଆପଣମାନେ ମଧ୍ୟ ବର୍ଷସାରା ନିଜ ଘରେ ମା’ ଲକ୍ଷ୍ମୀଙ୍କ କୃପା ରଖିବା ପାଇଁ ଚାହୁଁଛନ୍ତି ତେବେ ଆସନ୍ତା କାଳି ଅର୍ଥାତ ବର୍ଷର ପ୍ରଥମ ଦିନରେ ଏହି ସବୁ ଛୋଟ ଛୋଟ ଉପାୟ ଆପଣାନ୍ତୁ। ଏପରି କରିବା ଦ୍ୱାରା ପୁରା ବର୍ଷ ଘରେ ସୁଖ-ସମୃଦ୍ଧି ବୃଦ୍ଧି ପାଇବା ସହ କୌଣସି ଜିନିଷର ଅଭାବ ଦେଖାଯାଇନଥାଏ।

puja-ବର୍ଷର ପ୍ରଥମ ଦିନରେ ଅର୍ଥାତ କାଲି ଘରର କୌଣସି ପବିତ୍ର ସ୍ଥାନକୁ ଗୋବରରେ ଲିପି ଦିଅନ୍ତୁ। ଏହାପରେ ସେହି ସ୍ଥାନରେ ଡାଳିମ୍ବ ଗଛର କାଠିରେ ଏକ ତ୍ରିକୋଣ କରି ତା ଭିତରେ ନିଜ ବ୍ୟବସାୟ ସମ୍ବନ୍ଧିତ ଜିନିଷ କିମ୍ବା ଧନ ଆବାକର ଅନ୍ୟ ସ୍ତୋତ୍ର ରହିଛି ତାହାର ନାଁ ଲେଖି ସେଥିରେ ସିନ୍ଦୂର ଲଗାନ୍ତୁ। ଏହାପରେ ମହାଲକ୍ଷ୍ମୀଙ୍କ ମନ୍ତ୍ର ୧୦୮ଥର ଜପ କରନ୍ତୁ। ଏହି ଉପାୟକୁ ଲଗାତାର ୯ଦିନ ଜପ କରିବା ଦ୍ୱାରା ବର୍ଷସାରା ଧନ ସମ୍ବନ୍ଧିତ ସମସ୍ୟା ଦୂର ହୋଇଯାଇଥାଏ।

Lakshmi-ସେହିଭଳି ଯଦି ଆପଣଙ୍କ ଘର ନିକଟରେ ଏଭଳି କିଛି ଗଛ ରହିଛି ଯେଉଁ ଗଛରେ ବାଦୁଡି ସ୍ଥାୟୀ ବାସ କରିଥାଏ ତେବେ ସେହି ଗଛର ଏକ ଶାଖା ଭାଙ୍ଗି ନିଜ ଘରକୁ ଆଣନ୍ତୁ। ଏଡି ଗଛର ଶାଖାକୁ ଆପଣ ନିଜ ଶୋଇବା ଶେଯ ତଳେ, ଚୌକି ତଳେ ବା ବ୍ୟବସାୟ ସ୍ଥାନରେ ରଖନ୍ତୁ। ଏହି ଉପାୟ ଆପଣେଇବା ଦ୍ୱାରା ବର୍ଷସାରା ଆପଣଙ୍କ ଘରେ ଧନ ସମ୍ବନ୍ଧିୟ କୌଣସି ଅସୁବିଧା ଦେଖାଯାଇନଥାଏ।

-ନୂଆବର୍ଷର ପ୍ରଥମ ଦିନରେ ମହିଳାମାନେ ନାଲି ରଙ୍ଗର କପଡା ପିନ୍ଧନ୍ତୁ, କାରଣ ଗୃହଲକ୍ଷ୍ମୀଙ୍କୁ ମାତା ଲକ୍ଷ୍ମୀଙ୍କ ସ୍ୱରୂପ କୁହାଯାଇଥାଏ। କାରଣ ନାଲି ରଙ୍ଗ ସୁଖ-ସମୃଦ୍ଧିକୁ ନିଜ ଆଡକୁ ଆକର୍ଷିତ କରିଥାଏ। ଏହିକାରଣରୁ ବର୍ଷସାରା ଆପଣଙ୍କ ଘରେ ସଂପନ୍ନତା, ଦନ ବୈଭବ, ସୁଖ-ଶାନ୍ତି ରହିବା ପାଇଁ ବର୍ଷର ପ୍ରଥମ ଦିନରେ ନିଶ୍ଚିନ୍ତ ନାଲି ରଙ୍ଗର କପଡା ପିନ୍ଧନ୍ତୁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button