ରାଜ୍ୟ

Lady snatcher gang: ରାଜଧାନୀରେ ବୁଲୁଛନ୍ତି ଲେଡି ଲୁଟେରା ଗ୍ୟାଙ୍ଗ, ଖାଦମିଶା ସୁନା ବଦଳାଇ ନେଉଛନ୍ତି ଅସଲି ସୁନା

ରାଜଧାନୀରେ ବୁଲୁଛନ୍ତି ଲେଡି ଲୁଟେରା ଗ୍ୟାଙ୍ଗ । ଗ୍ଲାମର ଚେହେରାରେ ଗହଣା ଦୋକାନୀଙ୍କୁ ଦେଉଛନ୍ତି ଚକମା । ଖାଦମିଶା ସୁନା ଧରି ବଦଳାଇ ନେଉଛନ୍ତି ଅସଲି ସୁନା । ଧରାପଡିଲେ ଉତ୍ତରପ୍ରଦେଶର ଲେଡି ଲୁଟେରା କ୍ବିନ୍। ଦୁଇ ଜଣ ଗ୍ଲାମର ଲେଡିଙ୍କୁ ଧରିଲା କମିଶନରେଟ ପୋଲିସ । ୟୁପିରୁ ଆସି ଭୁବନେଶ୍ବରରେ ଲୁଟ୍ ବେଳେ ଧରାପଡିଲେ । ଲେଡି ଲୁଟେରା ଲକ୍ଷ୍ମୀ ତିୱାରୀ ଓ ତାର ସହଯୋଗୀ ଗିରଫ । ଉଭୟଙ୍କ ଘର ବାରଣାସୀ ବୋଲି ଜଣାପଡ଼ିଛି । ଖାରବେଳ ନଗର ଥାନା ଚନ୍ଦନ ଜୁଏଲାରୀରୁ ଲୁଟ୍ ପରେ ଅନ୍ୟ ଏକ ଗହଣା ଦୋକାନରେ ସୁନା ଅଦଳି ବଦଳି ବେଳେ ମାଡ଼ି ବସିଥାଲା ପୋଲିସ । ପାର୍ବଣ ପୁର୍ବରୁ ଏମାନେ ଏଭଳି ଆତଙ୍କ ଖେଳାଇଛନ୍ତି ।

ୟୁପିରୁ ଏମାନେ ଏଭଳି ଗହଣା ନେଇ ଅସୁଛନ୍ତି । ଯାହା ସୁନାର ଖାଦ ରହିଛି । ତମ୍ବାର ଗହଣା ଉପରେ ସୁନାର ପ୍ରଲେପ ରହିଛି । ଏମାନେ ଗ୍ରାହାକ ବେଶରେ ଦୋକାନରେ ପଶୁଛନ୍ତି । ଗହଣା କିଣିବା ଆଳରେ ଅସଲି ଗହଣା ଦେଖୁଛନ୍ତି । ଆଉ ସେମାନେ ଆଣିଥାବା ଖାଦ ମିଶା ନକଲି ସୁନା ବଦଳି କରି ଲୁଟ୍ କରୁଛନ୍ତି । ସୁନା ଯାଞ୍ଚ ମେସିନ ନଥିବା ଦୋକନୀଙ୍କୁ ଏମାନେ ଟାର୍ଗେଟ କରୁଛନ୍ତି । ଏହି ଗ୍ୟାଙ୍ଗର ଅତିଷ୍ଠ ହୋଇ ଭୁବନେଶ୍ୱର ଜୁଏଲାରୀ ଆସୋସିଏସନ୍ ପୋଲିସର ଦ୍ବାରସ୍ଥ ହୋଇଥିଲା ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button