ରାଜ୍ୟ
Kinnar groups: ଦୁଇ କିନ୍ନର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ, ୮ କିନ୍ନର ଗୁରୁତର

ଦୁଇ କିନ୍ନର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ୮ ଜଣ କିନ୍ନର ଗୁରୁତର । ଭଦ୍ରକର ଚରମ୍ପା ରେଳ ଓଭର ବ୍ରିଜ ନିକଟରେ ଦୁଇ କିନ୍ନର ଗୋଷ୍ଠୀ ମୁହାଁମୁହିଁ । ଗୋଟିଏ କିନ୍ନର ଗୋଷ୍ଠୀ ଆକ୍ରମଣରେ ଅନ୍ୟ ଏକ କିନ୍ନର ଗୋଷ୍ଠୀର ୮ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୩ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି । ସମସ୍ତ ଆହତଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । କିଛି ବର୍ଷ ହେବ ଚରମ୍ପା ଅଞ୍ଚଳରେ ଦୁଇ କିନ୍ନର ଗୋଷ୍ଠୀଙ୍କ ମଧ୍ୟରେ ତିକ୍ତତା ଲାଗି ରହିଛି । ଗତକାଲି ରାତିରେ ଧାମରା ରେଳ ଓଭର ବ୍ରିଜ ନିକଟରେ ଗୋଟିଏ ଗୋଷ୍ଠୀ ଛକି ରହିଥିବା ବେଳେ ଅନ୍ୟ କିନ୍ନର ଗୋଷ୍ଠୀର ସଦସ୍ୟମାନେ ସେହି ରାସ୍ତାରେ ଯାଉଥିଲେ । ସେମାନଙ୍କୁ ଦେଖି ଛକି ରହିଥିବା କିନ୍ନର ଗୋଷ୍ଠୀ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ନେଇ ଶ୍ରାବଣୀ କିନ୍ନର ଅଭିଯୋଗ କରିଛନ୍ତି । ଗ୍ରାମାଞ୍ଚଳ ଥାନା ପୋଲିସ ଖବର ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି କିନ୍ନରମାନଙ୍କୁ ଉଦ୍ଧାର କରିଥିଲା ।



