IBN ଓଡ଼ିଶା ବ୍ୟୁରୋ

ଅରବିନ୍ଦ କେଜ୍ରିଓ୍ୱାଲଙ୍କ ପତ୍ନୀଙ୍କ ଟ୍ୱିଟ୍‌ ଦେଖି ରାଗିଗଲେ ସ୍ୱାତୀ ମାଲିଓ୍ୱାଲ, ସ୍କ୍ରିନସଟ୍‌ ସେୟାର କରି କହିଲେ ଏମିତି କଥା

ସ୍ୱାତୀ ମାଲିୱାଲଙ୍କୁ ଆକ୍ରମଣ ମାମଲାରେ ବିଭବ କୁମାରଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ପାଖାପାଖି ୧୦୦ ଦିନ ଜେଲରେ ରହିବା ପରେ ତାଙ୍କୁ ଜାମିନ ମିଳିଛି । ଜେଲ୍‌ରୁ ବାହାରିବା ପରେ ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି । ଏହି ଫଟୋକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ‘X’ରେ ପୋଷ୍ଟ କରିଛନ୍ତି ।

ଏଥିରେ ସେ ‘ସୁକୁନ୍‌ ଭରା ଦିନ୍‌’ ବୋଲି ଲେଖିଛନ୍ତି ।

ଏବେ ସୁନୀତାଙ୍କ ଏହି ପୋଷ୍ଟକୁ ନେଇ ସ୍ୱାତୀ ମାଲିୱାଲ କ୍ରୋଧ ପ୍ରକାଶ କରିଛନ୍ତି । ସେ ତାଙ୍କ ‘X’ ହ୍ୟାଣ୍ଡେଲରେ ଏକ ପୋଷ୍ଟ କରି ନିଜର ମତ ପ୍ରକାଶ କରିଛନ୍ତି । ସୁନୀତାଙ୍କ ପୋଷ୍ଟର ସ୍କ୍ରିନସଟ ସେୟାର କରି ମାଲିଓ୍ୱାଲ କ୍ୟାପସନରେ ଲେଖିଛନ୍ତି, ‘ମୁଖ୍ୟମନ୍ତ୍ରୀ ଜୀଙ୍କ ପତ୍ନୀ, ଯିଏ ମୋତେ ମାଡ଼ ମରାଯିବା ବେଳେ ଘରେ ହିଁ ଥିଲେ । ତାଙ୍କୁ ବଡ଼ ଆଶ୍ୱସ୍ତି ଅନୁଭବ ହେଉଛି । ଆଶ୍ୱସ୍ତି ଏଥିପାଇଁ, ଯିଏ ମୋତେ ମାଡ଼ ମାରି ସେମାନଙ୍କ ଘରେ ପିଟିଥିଲେ ଏବଂ ଦୁର୍ବ୍ୟବହାର କରିଥିଲେ, ସେ ଜାମିନରେ ଆସିଛନ୍ତି’ ।

ମାଲିୱାଲ ଆହୁରି ଲେଖିଛନ୍ତି, ‘ଯେଉଁମାନଙ୍କୁ ଏପରି ଲୋକଙ୍କୁ ଦେଖି ସାନ୍ତ୍ୱନା ମିଳିଥାଏ, ସେମାନଙ୍କଠାରୁ ଭଉଣୀ ଓ ଝିଅମାନଙ୍କ ପ୍ରତି ସମ୍ମାନର ଆଶା କ’ଣ ରଖାଯିବ । ଭଗବାନ ସବୁକିଛି ଦେଖୁଛନ୍ତି, ନ୍ୟାୟ ମିଳିକି ରହିବ’ ।

କହି ରଖୁଛୁ, ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲ ଗତ ମେ’ ୧୩ରେ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଭେଟିବା ପାଇଁ ତାଙ୍କ ବାସଭବନରେ ପହଞ୍ଚିଥିଲେ । ତାଙ୍କ ପାଖରେ ଆପୋଏଣ୍ଟମେଣ୍ଟ ନ ଥିଲା । ତେଣୁ ତାଙ୍କୁ ଗେଟ୍‌ ପାଖରେ ଅଟକାଇ ଦିଆଯାଇଥିଲା, କିନ୍ତୁ ସେ ସୁରକ୍ଷାକର୍ମୀଙ୍କ ସହ ଯୁକ୍ତିତର୍କ କରି ଭିତରକୁ ଯାଇଥିଲେ ।

ଭିତରେ ତାଙ୍କୁ ଅପେକ୍ଷା କରିବାକୁ କୁହାଯାଇଥିଲା । କିଛି ସମୟ ଅପେକ୍ଷା କରିବା ପରେ ସେ କେଜ୍ରିଓ୍ୱାଲଙ୍କ କୋଠରୀ ଆଡକୁ ଯାଉଥିଲେ । ଏହି ସମୟରେ ବିଭବ ତାଙ୍କୁ ଅଟକାଇଥିଲେ । ସ୍ୱାତୀଙ୍କ ଅଭିଯୋଗ ଯେ ସେହି ସମୟରେ ବିଭବ ତାଙ୍କୁ ମାଡ଼ ମାରିବା ସହ ଦୁର୍ବ୍ୟବହାର କରିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button