ରାଜ୍ୟ

ଭାଲୁ ଆକ୍ରମଣରେ ଜଣେ ଗୁରୁତର, ଶୌଚ ଯିବା ସମୟରେ ଘଟିଥିଲା ଅଘଟଣ

ନନ୍ଦପୁର : ଭାଲୁ ଆକ୍ରମଣରେ ଜଣେ ଗୁରୁତର। ଆନନ୍ଦପୁର ମେଡିକାଲରେ ଭର୍ତ୍ତି । ଘଷିପୁରା ଥାନା କାଦୁଅବାହାଳି ଗାଁର ଗଙ୍ଗାଧର ମୁଣ୍ଡା ନାମକ ବ୍ୟକ୍ତି ସକାଳୁ ଶୌଚ ହେବାକୁ ଗାଁ ନିକଟସ୍ଥ ଜଙ୍ଗଲକୁ ଯାଇଥିବା ସମୟରେ ଅଚାନକ ୪ ଟି ଭାଲୁ ହାବୁଡ଼ରେ ପଡି ଯାଇଥିଲେ । ତେବେ କୌଶଳକ୍ରମେ ସେ ସେଠାରୁ ଖସି ଆସିଥିଲେ । ଗଙ୍ଗାଧରଙ୍କ ଛାତି ସମେତ ମୁଣ୍ଡରେ ଆଘାତ ଲାଗିଛି ।

ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଆନନ୍ଦପୁର ମେଡିକାଲ ରେ ଭର୍ତ୍ତି କରିବା ପରେ ଚିକିତ୍ସା ଜାରି ରହିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button