ଦେଶ

ଜାଣନ୍ତୁ ଦୁନିଆର ଏହି ୫ ଜଣ ଅରବପତି ସବୁ ମାସରେ ଏଇଜ ସିକ୍ଯୁରିଟି ଉପରେ କେତେ ଟଙ୍କା ଖର୍ଚ୍ଚ କରିଥାନ୍ତି ??

ଦୁନିଆରେ ସହ ସହ ସଂଖ୍ୟାରେ ଆରବପତି ଅଛନ୍ତି ଯାହାଙ୍କ ପାଖରେ ଟଙ୍କା ବହୁତ ଅଛି କିନ୍ତୁ ଯେଉଁ ବ୍ୟକ୍ତି ଯେତେ ଧନୀ ହୋଇଥାଏ ତାହାର ଖର୍ଚ ସେତେ ବଢି ଥାଏ ଏବଂ ତାଙ୍କର ସୁରକ୍ଷା ମଧ୍ୟ ସେତେ ଜରୁରୀ ହୋଇଥାଏ । ସେମାନେ ନିଜର ସୁରକ୍ଷା ପାଇଁ ବର୍ଷକୁ ଲକ୍ଷ ଲକ୍ଷ ନୁହେଁ କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି ।

ଆମେ ଆଜି ଆପଣଙ୍କୁ ଏମିତି କିଛି ଆରବପତିଙ୍କ ନାମ କହିବୁ ଯେଉଁମାନେ ନିଜର ସୁରକ୍ଷା ପାଇଁ ବର୍ଷକୁ କୋଟି କୋଟି ଟଙ୍କା ଖର୍ଚ କରି ଦେଉଛନ୍ତି ।

୧. ମୁକେଶ ଆମ୍ବାନୀ :

ଭାରତର ଆରବପତିମାନଙ୍କର କଥା କହିଲେ ପ୍ରଥମେ ମୁକେଶ ଆମ୍ବାନୀଙ୍କ ନାମ ଆସିଥାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ମୁକେଶ ଆମ୍ବାନୀ ସବୁ ମାସରେ ୧୫ ଲକ୍ଷ ଟଙ୍କା ନିଜର ସୁରକ୍ଷା ପାଇଁ ଖର୍ଚ କରନ୍ତି । ୨୦୧୪ ରୁ ୨୦୧୮ ପର୍ଯ୍ୟନ୍ତ ତାଙ୍କର ବ୍ୟବସାୟ ବହୁତ ଗୁଣା ବଢି ଯାଇଛି । ଆପଣଙ୍କୁ କହିଦେଉଛୁ ଯେ ଏହି ଖର୍ଚ କେବଳ ମୁକେଶ ଆମ୍ବାନୀଙ୍କ ସୁରକ୍ଷା ପାଇଁ ହୋଇଥାଏ ଏଥିରେ ତାଙ୍କର ପରିବାରର ଅନ୍ୟ ସଦସ୍ୟଙ୍କର ଖର୍ଚକୁ ସାମିଲ କରାଯାଇ ନାହିଁ ।

୨. ଟିମ କୁକ :

ଦୁନିଆର ସବୁଠୁ ବଡ ଟେକ୍ନଲଜୀ କମ୍ପାନୀ ଆପେଲ ର ସିଇଓ ଙ୍କର ସୁରକ୍ଷା କମ୍ପାନୀ ର ଦାୟିତ୍ଵ ଅଟେ । ତାଙ୍କର ସୁରକ୍ଷା ପାଇଁ ଆପେଲ କମ୍ପାନୀ ପ୍ରତି ବର୍ଷ ୧.୫ କୋଟି ଟଙ୍କା ଖର୍ଚ କରେ । ଟିମ କୁକ ୨୦୧୧ ରେ ଆପେଲ କମ୍ପାନୀର ସିଇଓ ହୋଇ ଥିଲେ, ସେ ଗତ ସାତ ବର୍ଷରେ ପାଖାପାଖି ୪୬୦୦ କୋଟି ଟଙ୍କା ଆୟ କରି ସାରିଛନ୍ତି । ନିଜର ଏବଂ ପର୍ସୋନାଲ କାମ ପାଇଁ କମ୍ପାନୀ ତାଙ୍କୁ ଏକ ପ୍ରାଇଭେଟ ଏୟରକ୍ରାଫ୍ଟ ପ୍ରଦାନ କରିଛନ୍ତି ।

୩. ମାର୍କ ଜୁକରବର୍ଗ :

ଫେସବୁକ ସିଇଓ ମାର୍କ ଜୁକରବର୍ଗ ଜଣେ ଜଣାଶୁଣା ନାମ ଅଟେ, ଆଜି ତାଙ୍କୁ ଛୋଟ ରୁ ବଡ ସମସ୍ତେ ଜାଣିଛନ୍ତି । ମାର୍କ ଜୁକରବର୍ଗ ଦୁନିଆର ସବୁଠୁ କମ ବୟସରେ ଆରବପତି ହୋଇଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବ ତାଙ୍କର ସୁରକ୍ଷା ପାଇଁ ସବୁ ଦିନ ୧୩.୫ ଲକ୍ଷ ଟଙ୍କା ଖର୍ଚ ହେଉଛି । ଗୋଟିଏ ସୂଚନାରୁ ମିଳିଛି ଯେ ତାଙ୍କର ସୁରକ୍ଷା ପାଇଁ ବର୍ଷକୁ ୪୯ କୋଟି ଟଙ୍କା ଖର୍ଚ ହେଉଛି ।

୪. ଜେଫ ବେଜୋସ :

ଆମେରିକା କମ୍ପାନୀ ଆମେଜନ ର ସିଇଓ ଜେଫ ବେଜୋସ ଦୁନିଆର ଦୁତୀୟ ସବୁଠୁ ଧନୀ ବ୍ୟକ୍ତି ଅଟନ୍ତି । ଗତ ବର୍ଷ ସେ ଗୋଟିଏ ଦିନ ପାଇଁ ଦୁନିଆର ସବୁଠୁ ଧନୀ ବ୍ୟକ୍ତି ମାଇକ୍ରୋସଫ୍ଟ ସଂସ୍ଥାପକ ବିଲ ଗେତ୍ସଙ୍କୁ ପଛରେ ପକାଇ ଦେଇଥିଲେ । କହିଦେଉଛୁ ଯେ ଜେଫ ବେଜୋସ ୨୦୧୬ ଠାରୁ ନିଜର ସୁରକ୍ଷା ପାଇଁ ୧୦.୭୫ କୋଟି ରୁ ବି ଉର୍ଦ୍ଧ ଟଙ୍କା ଖର୍ଚ କରି ଆସୁଛନ୍ତି ।

୫. ୱାରେନ ବଫେଟ:

ୱାରେନଙ୍କୁ ନିବେଶ ଦୁନିଆର ବାଦଶାହା କୁହାଯାଏ । ସେ ୱର୍କଶାୟର ହୈଥୱେ ର ସିଇଓ ଅଟନ୍ତି । ୱାରେନ ବଫେଟଙ୍କ ନାମ ଦୁନିଆର ବଡ ବଡ ଆରବପତିଙ୍କ ମଧ୍ୟରେ ଆସିଥାଏ । କହିଦେଉଛୁଯେ ସେ ୨୦୧୬ରେ ନିଜର ସୁରକ୍ଷା ପାଇଁ ୨.୬୦ କୋଟି ଟଙ୍କା ଖର୍ଚ କରିଥିଲେ ଏବଂ ତାଙ୍କର ଏହି ରାସୀ ସବୁ ବର୍ଷ ବଢୁଛି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button