ରାଜ୍ୟ

ଜଳପ୍ରପାତରେ ଭାସିଯାଇ ୨ ଡାକ୍ତରୀ ଛାତ୍ରୀ ମୃତ, ଜଣେ ନିଖୋଜ

ମାଲକାନିଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶ ଆଲୁରୀ ଜିଲ୍ଲାରେ ଅଭାବନୀୟ ଘଟଣା ଘଟିଛି। ଆନ୍ଧ୍ର ଏଲୁର ମେଡିକାଲ୍‌ କଲେଜର ୨ ଡାକ୍ତରୀ ଛାତ୍ରୀ ଭାସିଯାଇ ମୃତ। ଜଣେ ଛାତ୍ର, ଜଣେ ଛାତ୍ରୀ ଉଦ୍ଧାର ହୋଇଛନ୍ତି। ଏବେ ବି ଜଣେ ଛାତ୍ରୀ ନିଖୋଜ ଅଛନ୍ତି। ମାଲକାନଗିରି ସୀମାନ୍ତ ଆନ୍ଧ୍ର ଆଲୁରୀ ଜିଲ୍ଲା ତରଙ୍ଗିନୀ ବୁଲି ଆସିଥିଲେ ମେଡିକାଲ ଛାତ୍ର।

ମୋଟ ୧୩ ଜଣ ଡାକ୍ତରୀ ଛାତ୍ରଛାତ୍ରୀ ବୁଲି ଆସିଥିଲା ବେଳେ ଏହି ଅଘଟଣ ଘଟିଛି। ଜଳପ୍ରପାତ ନିକଟରେ ବସିଥିଲା ବେଳେ ହଠାତ ପାଣି ମାଡ଼ି ଆସିଥିଲା। ଏଥିରେ ୫ ଜଣ ଭାସି ଯାଉଥିଲା ବେଳେ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ଦୁଇ ଜଣ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି।

ଉଦ୍ଧାର ହୋଇଥିବା ୨ ଜଣଙ୍କୁ ରାଜମହେନ୍ଦ୍ରୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଯାହାଙ୍କ ମଧ୍ୟରୁ ଜଣକ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ତେବେ ଗତକାଲି ସନ୍ଧ୍ୟାରେ ଏହି ଘଟଣା ଘଟିଥିବା ବେଳେ ରାତି ହେବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିଲା । ଆଜି ସକାଳୁ ନିଖୋଜ ଛାତ୍ରୀଙ୍କ ତଲାସି ଜାରି ରହିଛି । ଏହି ଛାତ୍ରଛାତ୍ରୀ ଏଲୁର୍ ମେଡିକାଲ କଲେଜର ବୋଲି ଜଣାପଡିଛି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button