ଶନିବାରରେ ଅଶ୍ୱତଥ୍ ଗଛ ତଳେ ଥରେ ନିଶ୍ଚୟ କରନ୍ତୁ ଏହି ଉପାୟ, ମନରେ ଥିବା ସମସ୍ତ ଇଚ୍ଛା ୭ ଦିନରେ ହେବ ପୂର୍ଣ୍ଣ

ଶନିବାର ଦିନ ଧନ,ବୈଭବ, ଯଶ-କୀର୍ତ୍ତି, ଘର, ଚାକିରି, ବ୍ୟବସାୟ ସମ୍ବନ୍ଧୀୟ ସମସ୍ତ ମନସ୍କାମନା ପୂରା ହେବ। ଏମିତି କିଛି ଉପାୟ ରହିଛି ଯାହାକୁ ଆପଣେଇଲେ ଗୋଟିଏ କି ଦୁଇଟି ନୁହେଁ ଏକା ସାଥିରେ ଅନେକ ମନଷ୍କାମନା ପୂରା ହେବ। ଶନିବାର ଦିନ ସୂର୍ଯୋଦୟ ପୂର୍ବରୁ କିମ୍ବା ତା ସୂର୍ଯ୍ୟାସ୍ତ ପରେ ଅଶ୍ୱତଥ୍ ଗଛ ତଳେ ବସି ମାତ୍ର ଥରେ ଏହି ଉପାୟ କରିବା ଦ୍ୱାରା ମନରେ ଭାବିଥି ସମସ୍ତ ଇଚ୍ଛା ପୂରଣ ହୋଇଥାଏ।
ଶନିବାର ଦିନ କରନ୍ତୁ ଏହି ଉପାୟ
ଶନିବାର ମାନେ ଆଜି ସୂର୍ଯୋଦୟ ପୂର୍ବରୁ କିମ୍ବା ସୂର୍ଯ୍ୟାସ୍ତ ପରେ ବହୁ ପୁରୁଣା ଅଶ୍ୱତଥ୍ ଗଛ ପାଖକୁ ଯାଆନ୍ତୁ। ସାଥିରେ ଲାଲ ରଙ୍ଗର କାଳି, ଲାଲ କପଡା ଏବଂ ଲାଲ ଫିତା ନେଇ ଯାଆନ୍ତୁ। ଏହାସହିତ ଅଟା ଦୀପରେ ଗୁଆ ଘିଅ ଦେଇ ଜଳାନ୍ତୁ। ପ୍ରଥମେ ଥରେ ଶ୍ରୀ ହନୁମାନ ଚାଳିସା ପାଠ କରନ୍ତୁ। ଚାଳିସା ପାଠ କରିବା ପରେ ଅଶ୍ୱତଥ୍ ଗଛର ପତ୍ରରେ ନିଜ ମନସ୍କାମନା ଲେଖି ସେହି ପତ୍ର ଥିବା ଡାଳରେ ସାଙ୍ଗରେ ନେଇଥିବା ଲାଲ ଫିତାକୁ ୭ ଥର ଗୋଡାଇ ଦିଅନ୍ତୁ। ଏହାକୁ ଏକଦମ୍ ଢ଼ିଲା କରି ବାନ୍ଧିବା ଉଚିତ। ପତ୍ରକୁ ଡାଳରୁ ଛିଡାଇବ ନାହିଁ। ମନସ୍କାମନା ଲେଖିଥିବା ପତ୍ରର ଡାଳରେ ମାଳ ବା ଲାଲ ଫିତା ବାନ୍ଧିବା ପରେ ଏବେ ନିଜେ ବି ୭ ଥର ଗୋଡାଇ ଲାଲ ଫିତା ବାନ୍ଧନ୍ତୁ। ଏବେ ସେହି ଅଶ୍ୱତଥ୍ ଗଛ ତଳେ ବସି କିମ୍ବା ଛିଡା ହୋଇ ମନସ୍କାମନା ପୂର୍ତ୍ତି ମନ୍ତ୍ରକୁ ୧୦୮ ଥର ଶ୍ରଦ୍ଧା ପୂର୍ବକ ଜପ କରନ୍ତୁ।
ଏହି ମନ୍ତ୍ରକୁ କରନ୍ତୁ ଜପ : ।। ଓଁ ହ୍ରିଂ ବଟ ସ୍ୱାହା ।।
ଏହିସବୁ କାମ ସାରିବା ପରେ ଅଶ୍ୱତଥ୍ ଗଛୀ ତଳେ ଥିବା ମାଟିକୁ ଅଳ୍ପ ଆଣି ଲାଲ କପଡାରେ ଗୋଡାଇ ଘରକୁ ଆଣି ତାହାକୁ ଧନ ରଖୁଥିବା ସ୍ଥାନରେ ରଖନ୍ତୁ। ଏହି ଉପାୟ ଲଗାତାର ଶନିବାର ଠାରୁ ୭ ଦିନ କରିବା ଉଚିତ। ଏମିତି କରିବା ଦ୍ୱାରା ଗୋଟିଏ କି ଦୁଇଟି ନୁହେଁ ଏକା ସାଥିରେ ଅନେକ ମନସ୍କାମନା ପୂର୍ଣ୍ଣ ହେବ। ଥରେ ନିଶ୍ଚୟ ଏହି ଉପାୟକୁ କରି ଦେଖନ୍ତୁ।




