ରାଜ୍ୟ

ମମିତା ହତ୍ୟାକାଣ୍ଡ କୁ ନେଇ ଆଠଗଡ଼ ରେ ବିଜେପି ର ବିକ୍ଷୋଭ।

 

IBN ଓଡିଶା
(Report by Sanjay pattnayak) ନରସିଂହପୁର:-
ସାରା ରାଜ୍ୟରେ ମମିତା ମେହେର ହତ୍ୟା ମାମଲାକୁ ନେଇ ଜୋର ଧରୁଛି ରାଜନୀତି । ହତ୍ୟା ଓ ସେକ୍ସ ସ୍କାଣ୍ଡାଲ ମାମଲାରେ ସମ୍ପୃକ୍ତ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବରଖାସ୍ତ ଓ ଗିରଫ ସହ ସିବିଆଇ ତଦନ୍ତ ଦାବିରେ ବିଜେପି ପକ୍ଷରୁ ରାଜ୍ୟର ସମସ୍ତ ୬୨୫ଟି ଥାନାକୁ ଘେରାଉ କରାଯାଉଛି । ଏହା ସହ ଗତ ୨୪ ତାରିଖରେ ନରସିଂହପୁର ଥାନା ଘେରାଓ ଘଟଣା ରେ ବିଜେପି ନେତା ବିଜୟ କୁମାର ଦଳବେହେରାଙ୍କୁ ଗିରଫ କରିବା ପ୍ରତିବାଦରେ ଆଠଗଡ ବିଜେପି ପକ୍ଷରୁ ଆଠଗଡ ଥାନାକୁ ଘେରାଓ କରାଯାଇଛି।କଟକ ମହିଳା ମୋର୍ଚ୍ଚା ସଭାପତି ଯାଜ୍ଞସିନି ଜେନା , ବିଜେପି ନେତା ବ୍ରଜେନ୍ଦ୍ର ରାଏଙ୍କ ନେତୃତ୍ଵରେ ସ୍ଥାନୀୟ ନୂଆ ବସ ଷ୍ଟାଣ୍ଡ ବିଜେପି କାର୍ଯ୍ୟାଳୟରୁ ଏକ ରାଲି ବାହାରି ଆଠଗଡ ଏସ୍ଡିପିଓ ଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ ସଭା କରିବା ସହ ଆଠଗଡ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ । ଯେ ପର୍ଯ୍ୟନ୍ତ ବଡ଼ମ୍ବା ନରସିଂହପୁର ର ବିଜେପି ବିଧାୟକ ପାର୍ଥି ବିଜୟ ଦଳ ବେହେରା ଏବଂ ମମିତା ମେହର ଙ୍କୁ ନ୍ୟାୟ ନ ମିଳିଛି ସେ ପର୍ଯ୍ୟନ୍ତ ଏ ଆନ୍ଦୋଳନ ସାରା ରାଜ୍ୟରେ ଜାରି ରହିବ।

Related Articles

Leave a Reply

Your email address will not be published. Required fields are marked *

Back to top button