ଦୁର୍ଘଟଣା

ଟ୍ରାକ୍ଟର ରୁ ଗଳି ପଡି ଶ୍ରମିକ ମୃତ୍ୟୁ l

IBN ଓଡିଶା :ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ଚାନ୍ଦପୁର ଗ୍ରାମର କାର୍ତ୍ତିକ ଦାସ୍ ଙ୍କ ପୁଅ ସଞ୍ଜୟ ଦାସ (୨୬) ଟ୍ରାକ୍ଟର ଚକାରେ ଚାପି ହୋଇ ମୃତ୍ୟୁ ବରଣ କରିଛନ୍ତି। ସୂଚନା ଅନୁଯାୟୀ ଆଜି ସକାଳେ ଏକ କାଠ ବୋଝେଇ ଟ୍ରାକ୍ଟର ଡ଼ାଲା ରେ ବସି ବ୍ରହ୍ମ ବରଦା ରୁ ଜାରକା ସ୍ଥିତ କାଠ ମିଲ୍ଲ୍ କୁ କାଠ ଅନ୍ଲୋଡ କରିବାକୁ ଆସୁଥିବାବେଳେ ଅଛୁତପୁର ନିକଟରେ ଭାର ଶ୍ୟାମ ହରାଇ ଟ୍ରାକ୍ଟର ରୁ ଗଳି ପଡ଼ିବାରୁ ଚକା ତଳେ ପଡି ଚାପି ହୋଇ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ଖବର ପାଇ ଧର୍ମଶାଳା ପୋଲିସ୍ ଗାଡ଼ିଟି କୁ ଜବତ କରିବାସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବେବଚ୍ଛେଦ ପାଇଁ ବଡ଼ଚଣା ସ୍ୱାସ୍ଥ୍ୟକେନ୍ଦ୍ର କୁ ପଠାଇବା ସହ ଗାଡ଼ି ର କାଗଜପତ୍ର ଓ କି ପ୍ରକାର କାଠ ଓ ତାର ଅନୁମତି ଥିଲା କି ନାହିଁ ପୋଲିସ ତଦନ୍ତ ଜାରି ରଖିଥିବାର ଜଣାପଡିଛିl

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button