ଦୁର୍ଘଟଣା

ପାଣି ଟାଙ୍କି କାନ୍ଥ ଭୁଶୁଡି ଛାତ୍ର ମୃତ

ବାଲେଶ୍ବର: ପାଣି ଟାଙ୍କି କାନ୍ଥ ଭୁଶୁଡ଼ି ୧୦ ବର୍ଷୀୟ ଛାତ୍ରର ମୃତ୍ୟୁ ଘଟିଛି । ସାରଗାଁ ପଦ୍ମପୁର ଘରୋଇ ଇଂରାଜୀ ମିଡିୟମ୍‌ ସ୍କୁଲ୍‌ରେ ଅଘଟଣ । ଖାଇ ସାରି ହାତ ଧୋଇବା ବେଳେ ଭୁଶୁଡ଼ିଲା କାନ୍ଥ । ୪ ଛାତ୍ର ହାତ ଧୋଇବାକୁ ଯାଇଥିବା ବେଳେ ଜଣଙ୍କ ଉପରେ କାନ୍ଥ ପଡ଼ିଲା । ତେବେ ଘଟଣାସ୍ଥଳରେ ୧୦ ବର୍ଷୀୟ ଛାତ୍ରର ମୃତ୍ୟୁ ଘଟିଛି । ସୂଚନାଅନୁଯାୟୀ ମୃତ ଛାତ୍ର ହେଲେ ନାରାୟଣ ଟୁଡୁ(୧୦)। ଖୋର୍ଦ୍ଧା ଜିଲ୍ଲା ଅଧୀନ ବାରଙ୍ଗ ଅଞ୍ଚଳର ବାଗରାଇ ଟୁଡୁଙ୍କ ପୁତ୍ର ନାରାୟଣ ଚତୁର୍ଥ ଶ୍ରେଣୀରେ ପଢୁଥିଲେ।

ସକାଳେ ଜଳଖିଆ ଖାଇ ସେ ହାତ ଧୋଇବାକୁ ଅନ୍ୟ ସାଙ୍ଗ ସହ ଯାଇଥିଲେ। ହାତ ଧୋଇବା ସମୟରେ ହଠାତ୍ ସିମେଣ୍ଟ ତିଆରି ପାଣିକୁଣ୍ଡ ଭୁଶୁଡ଼ି ତଳକୁ ପଡ଼ିଥିଲା। ଅନ୍ୟ କିଛି ଛାତ୍ର ସାମାନ୍ୟ ଆହତ ହୋଇଥିବା ବେଳେ ନାରାୟଣ ଉପରେ କୁଣ୍ଡ ପଡ଼ିଥିଲା। ତା’ର ମୁଣ୍ଡ, ଗୋଡ଼ରେ ଆଘାତ ଲାଗିଥିଲା। ତାକୁ ବାଲେଶ୍ଵର ଡାକ୍ତରଖାନା ଅଣା ଯାଇଥିଲା। ଡାକ୍ତର ନାରାୟଣକୁ ମୃତ ଘୋଷଣା କରିଥିଲେ। ନାରାୟଣର ପରିବାରକୁ ଖବର ଦିଆଯାଇଛି। ସେମାନେ ଭୁବନେଶ୍ୱରରୁ ପହଞ୍ଚି ନଥିବା ଜଣାପଡ଼ିଛି।

ଚାନ୍ଦିପୁର ପୁଲିସ ପହଞ୍ଚି ତଦନ୍ତ ଚଳାଇଛି। ନାରାୟଣ ମୃତ୍ୟୁ ବାବଦରେ ସ୍କୁଲ କର୍ତ୍ତୃପକ୍ଷ ରବୀନ୍ଦ୍ର ବାରିକଙ୍କୁ ପଚାରିବାରୁ ପିଲା ହାତ ଧୋଉଥିବା ବେଳେ ପାଣିଟାଙ୍କି ଉପରୁ ତଳକୁ ଭୁଶୁଡ଼ି ପଡ଼ିଲା। ଫଳରେ ପିଲାଟି ଉପରେ ଟାଙ୍କି ପଡ଼ିବାରୁ ତା’ର ମୃତ୍ୟୁ ହେଲା ବୋଲି ସେ ଅଭିଯୋଗ କରିଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button