ଅପରାଧଦୁର୍ଘଟଣାରାଜ୍ୟ

ମା, ଏମ୍ବିକେ ଓ ଝିଅ ବ୍ୟାଙ୍କ ମିତ୍ରଙ୍କ ଦୁର୍ଘଟଣା ରେ ମୃତୁ

  1. ଯାଜପୁର:ଧର୍ମଶାଳା/ଚଡେଇଧରା:IBN ଓଡିଶା:- ୫୩ ନମ୍ବର ଜାତୀୟ ରାଜପଥ ପାଲଟିଛି ମୃତ୍ୟୁ ଯନ୍ତା। ଦିନକୁ ଦିନ ବୃଦ୍ଧି ପାଉଛି ଦୁର୍ଘଟଣା। ସେହିପରି ଆଜି ସନ୍ଧ୍ୟାରେ ବରଡା ଛକ ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ମାଆ ଓ ଝିଅଙ୍କ ମୃତ୍ୟୁ ଘଟିଛି। ଏକ ଟିପର ଟ୍ରକ୍ ସ୍କୁଟିକୁ ଧକ୍କା ଦେଇ ତା’ ଉପେର ଚଢିଯାଇଥିଲା। ଫଳରେ ସ୍କୁଟିରେ ଯାଉଥିବା ଉଭୟଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ମୃତକମାନେ ହେଲେ ସୁକିନ୍ଦା ବଡ ଦାଣ୍ଡ ଅଞ୍ଚଳର ଅଶୋକ ଚକ୍ରବର୍ତ୍ତୀ ଙ୍କ ପତ୍ନୀ ଶ୍ରୀତିକା(୪୫) ଓ ବଡ଼ ଝିଅ ସୋନାଲି (୨୬) ।ସୂଚନା ଅନୁଯାୟୀ, ମାଆ- ଝିଅ କେନ୍ଦ୍ରାପଡା ସ୍ଥିତ ଅଜା ଘରକୁ ଯାଇ ସେଠାରୁ ଉଭୟ ସ୍କୁଟି ( ଓଡି୬ଜି/୭୯୨୯) ରେ ସୁକିନ୍ଦା ସ୍ଥିତ ଘରକୁ ଫେରୁଥିଲେ। ଆଜି ଅପରାହ୍ନରେ ଜେନାପୁର ଥାନା ୫୩ ନମ୍ବର ଜାତୀୟ ରାଜପଥର ବରଡା ଛକ ନିକଟରେ ବାଇକ୍ ପଛକୁ ଏକ ଟିପର ଟ୍ରକ୍ (ଓଆର ୧୬ ଡି /୬୪୦୮) ଧକ୍କା ଦେଇ ତାଙ୍କ ଉପରେ ମାଡି ଯାଇଥିଲା। ଫଳରେ ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ପରେ ଟ୍ରକଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଜେନାପୁର ପୁଲିସ ଓ ଚଡେଇଧରା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ଉଦ୍ଧାର କରି ବ୍ୟବଛେଦ ନିମନ୍ତେ ଆମ୍ବୁଲାନ୍ସ ରେ ବଡଚଣା ମେଡିକାଲ ପଠାଇଥିଲେ। ପୁଲିସ ଟ୍ରକକୁ ଜବତ କରିଛି। ଦୁର୍ଘଟଣା ଘଟାଇ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଛି। ତେବେ କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ଡ୍ରାଇଭର ଧରା ପଡିଲେ ଏହାର ସତ୍ୟାସତ୍ୟ ଅନୁସନ୍ଧାନ କରିବ ବୋଲି ପୁଲିସ ପକ୍ଷରୁ ଜଣାଯାଇଛି। ମୃତ ଶ୍ରୀତିକା ବ୍ଲକରେ ଏମବିକେ ଥିବା ବେଳେ ସୋନାଲି ପଞ୍ଜାବ ନେସନାଲ୍ ବ୍ୟାଙ୍କରେ ବ୍ୟାଙ୍କ ମିତ୍ର ଭାବେ କାର୍ଯ୍ଯରତ ଥିଲେ। ଉଭୟଙ୍କ ମୃତ୍ୟୁରେ ସୁକିନ୍ଦା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବା ବେଳେ ଅନ୍ୟପଟେ ଏକ ନୂଆ କଥା ସାମ୍ନା କୁ ଆସିଛି।ପ୍ରତ୍ୟକ୍ଷଦର୍ଶୀ ଙ୍କ କହିବା କଥା ବରଡ଼ା ଛକ ର ପୂର୍ବରୁ ଆରୁହା ଛକ ନିକଟରେ ମା, ଝିଅ ଙ୍କ ସହ ଉକ୍ତ ଟ୍ରକ ଡ୍ରାଇଭର ର କୁଆଡେ କୌଣସି କାରଣ ରୁ ବଚସା ହୋଇଥିବାର ଶୁଣିବାକୁ ମିଳୁଛି।ତାପରେ ଉକ୍ତ ସ୍ଥାନରେ ଏକ କାର ଡ୍ରାଇଭର ଓ ଜଣେ ବାଇକ ଅରୋହି ଉକ୍ତ ସ୍ଥାନରେ ପହଂଚି ବୁଝାବଣା କରି ନିଜ ନିଜ ବାଟରେ ଯିବାକୁ କହିଥିଲେ।ହେଲେ ମା ଓ ଝିଅ ଯାଜପୁର ଅଭିମୁଖେ ଯିବାବେଳେ,ତାଙ୍କ ପଛ ପଟରୁ ଆସୁଥିବା ଉକ୍ତ ଟ୍ରକ ଟି ବରଡ଼ା ଛକ ନିକଟରେ ପଛ ପଟୁ ମାଡି ଯାଇଥିଲା।ଘଟଣା ସ୍ଥଳ ରେ ଡ୍ରାଇଭର ଗାଡି ଛାଡି ଡେଇଁ ପଡିବା ପରେ ଟ୍ରକ ଟି ଓଲଟି ପଡିଥିଲା।ଓ ମା ଓ ଝିଅ ତତକ୍ଷଣାତ ତଳେ ପଡି ମୃତୁବରଣ କରିଥିଲେ।ତେବେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ କି ଦୁର୍ଘଟଣା ,ଆଉ ଏହାର ପଛରେ ପ୍ରକୃତ ସତ୍ୟ କଣ ଲୁଚି ରହିଛି, ଯାହାର ସତ୍ୟା ସତ୍ୟ ତଦନ୍ତ ପରେ ସାମ୍ନା କୁ ଆସିବ ବୋଲି ଜଣା ପଡ଼ିଛି।

Related Articles

Leave a Reply

Your email address will not be published. Required fields are marked *

Back to top button