ରାଜ୍ୟ

ଲଗାଣ ବର୍ଷାରେ ବେହାଲ ମାଲକାନଗିରି,୨ ପୋଲ ଉପରେ ବନ୍ୟାଜଳ ପ୍ରବାହିତ

ମାଲକାନଗିରି,୦୧/୦୯: ଲଗାଣ ବର୍ଷାରେ ପୁଣି ବୁଡ଼ିଲା ପୋଲ । କାଙ୍କୁରୁକୋଣ୍ଡା ଓ ଏମଭି-୯୦ ପୋଲ ଉପରେ ପ୍ରବାହିତ ହେଉଛି ୨ରୁ ୩ଫୁଟ ଉଚ୍ଚତାର ବନ୍ୟାଜଳ । ଫଳରେ ୩୨୬ ନମ୍ୱର ଜାତୀୟ ରାଜପଥର ମାଲକାନଗିରି ଠାରୁ କାଲିମେଳା ଓ ମୋଟୁ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ । ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଳକ ଅନ୍ତର୍ଗତ କାଙ୍କୁରୁକୋଣ୍ଡା ଅଞ୍ଚଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ବିଗତ ଦିନରେ ଲଗାଣ ବର୍ଷା କାରଣରୁ ବେହାଲ ହୋଇଛି ମାଲକାନଗିରି । ଅନେକ ସ୍ଥାନରେ ବନ୍ୟାଜଳରେ ପୋଲ ବୁଡ଼ି ଯାଇଛି । ଶନିବାର ମାଲକାନଗିରିରେ ୨ଟି ପୋଲ ବୁଡ଼ି ଯିବାର ଖବର ସାମ୍ନାକୁ ଆସିଥିଲା । ତେବେ ରବିବାର ପୁଣି ବୁଡ଼ିଛି ଆଉ ୨ ପୋଲ । କାଲିମେଳା ବ୍ଳକ ଅନ୍ତର୍ଗତ କାଙ୍କୁରୁକୋଣ୍ଡା ଓ ଏମଭି-୯୦ ପୋଲ ଉପରେ ୨ରୁ୩ ଫୁଟ ଉଚ୍ଚତାରେ ପାଣି ପ୍ରବାହିତ ହେଉଛି । ଏହି କାରଣରୁ ୩୨୬ ନମ୍ୱର ଜାତୀୟ ରାଜପଥର ମାଲକାନଗିରି ଠାରୁ କାଲିମେଳା ଓ ମୋଟୁ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ରହିଛି । ଉଭୟ ସ୍ଥାନରେ ପୋଲର ଦୁଇ ପାର୍ଶ୍ଵରେ ଅନେକ ଯାନ ବାହାନ ଅଟକି ରହିଛି । ପୋଲିସ ଓ ପ୍ରଶାସନିକ ଅଧିକାରୀ ମାନେ ଘଟଣା ସ୍ଥଳରେ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button