ରାଜ୍ୟ

ଛୁରୀ ଭୁସି ଯୁବକଙ୍କୁ ନିର୍ମମ ହତ୍ୟା – Ibnodisha

[ad_1]

ଗଂଜାମ : ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସିକୁଳା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଗାଁ ଦାଣ୍ଡରେ ପୂର୍ବତନ ସରପଂଚଙ୍କ ଦେଢଶୂରଙ୍କୁ ଛୁରୀ ଭୂସି ହତ୍ୟା କରାଯାଇଛି । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି କାହ୍ମୁଚରଣ ବେହେରା । ସୂଚନା ଅନୁସାରେ ଶୁକ୍ରବାର ଦିନ ସକାଳେ ପୋଖରୀରୁ ଶୈାଚ ହୋଇ କାହ୍ନୁଚରଣ ପେଖରୀରୁ ଶୈାଚ ହୋଇ ଘରକୁ ଫେରୁଥିଲେ । ଏହି ସମୟରେ ୫ ଜଣରୁ ଉର୍ଦ୍ଧ୍ୱ ବ୍ୟକ୍ତି ତାଙ୍କୁ ଆକ୍ରମଣ କରିଥିଲେ । ଖବର ପାଇ କାହ୍ନୁଚରଣଙ୍କର ବଡଭାଇ ତାଙ୍କ ପାଖରେ ପହଂଚିଲା ବେଳକୁ କାହ୍ନୁଚରଣ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲେ । ଏବଂ ଦୁର୍ବୁତମାନେ ତାଙ୍କୁ ଛୁରୀରେ ଆକ୍ରମଣ କରିବା ପରେ ଫେରାର ହୋଇଯାଇଥିଲେ । ତେବେ ପରିବାର ଲୋକେ ପ୍ରଥମେ ତାଙ୍କୁ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିବା ବେଳେ ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା । ଏବଂ ସେଠାରେ ଚିକିତ୍ସାଧୀନ ଅବସ୍ଥଆରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ପୂର୍ବ ଶତ୍ରୁତାକୁ ନେଇ ଏପରି କାଣ୍ଡ ହୋଇଥିବା ଅନୁମାନ କରାଯାଉଛି । ଏବଂ ଘଟଣା ସ୍ଥଳରେ ପୁରୁଷୋତ୍ତମପୁର ପୋଲିସ ପହଂଚି ଅଧିକ ତଦନ୍ତ ଜାରି ରଖିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button