ରାଜ୍ୟ

କାନ୍ଥ ତାଡ଼ି ଏଟିଏମରୁ ଲୁଟିନେଲେ ଟଙ୍କା – Ibnodisha

[ad_1]

ସୁନ୍ଦରଗଡ : କାନ୍ଥ ତାଡ଼ି ଏଟିଏମରୁ ଲୁଟିନେଲେ ଟଙ୍କା । ସୁନ୍ଦରଗଡ ସଦର ଥାନା ମହୁଲପାଲି ଅଞ୍ଚଳରେ ଥିବା ଏଟିଏମରୁ ଦୁର୍ବୃତ୍ତମାନେ ଟଙ୍କା ଲୁଟି ନେଇଥିବା ସୂଚନା ମିଳିଛି । ବୁଧବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏଟିଏମବାହାରପଟ କାନ୍ଥ ତାଡ଼ି ଏଟିଏମ ରୁ ଟଙ୍କା ଲୁଟ କରିଛନ୍ତି । ସ୍ଥାନୀୟ ଲୋକ ଏ ବିଷୟରେ ଜାଣିବା ପରେ, ପୋଲିସକୁ ଖବର ଦେଇଥିଲେ । ପୋଲିସ ଓ ତଦନ୍ତକାରୀ ଟିମ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି । ପୋଲିସ ଏଟିଏମ ର ସିସିଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ କରୁଛି । ଏଟିଏମ ରେ କେତେ ଟଙ୍କା ଥିଲା ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏଟିଏମ ଲୁଟ କରିଥିବା ଦୁର୍ବୃତ୍ତଙ୍କ ପରିଚୟ ମଧ୍ୟ ମିଳିନାହିଁ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button