ରାଜ୍ୟ

ଆଗାମୀ ନିର୍ବାଚନ ପାଇଁ କଂଗ୍ରେସର ୧୦ ଗ୍ୟାରେଟିଂ – Ibnodisha

[ad_1]

ଯାଜପୁର: ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ୧୦ଟି ଗ୍ୟାରେଟିଂ ଘୋଷଣା ହୋଇଛି । ୨୪ ବର୍ଷର ବିଜେଡି ଓ ୯ ବର୍ଷର ବିଜେପି ଶାସନରେ ଯାହା ହୋଇନାହିଁ ତାହା କଂଗ୍ରେସ କରି ଦେଖାଇବ ବୋଲି କୁହାଯାଇଛି । ଏନେଇ ଯାଜପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଜିଲ୍ଲା ସଭାପତି ମନୋଜ ରାଉତଙ୍କ ସଭାପତିତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀରେ ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଂଟିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କଂଗ୍ରେସ ଗ୍ୟାରେଟିଂକୁ ଉନ୍ମୋଚନ କରିଥିଲେ । ବୋନସ ସହ ଧାନର ବିକ୍ରୟ ମୂଲ୍ୟ କ୍ୱିଂଟାଲ ପ୍ରତି ୩ ହଜାର ଟଙ୍କା,କୃଷିଋଣ ଛାଡ ସହ କୃଷକମାନଙ୍କ ପାଇଁ ମାସିକ ୨ ହଜାର ପେନସନ, ପ୍ରତ୍ୟେକ ଘରୋଇ ଉପଭୋକ୍ତାମାନଙ୍କ ପାଇଁ ୨୦୦ ୟୁନିଟ ବିଦ୍ୟୁତ ଦେୟ ଛାଡ,ମାସିକ ୩ ହଜାର ଟଙ୍କାର ବେକାରୀ ଭତା,ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ବ୍ୟାଙ୍କ ଋଣ ଛାଡ,ପ୍ରତ୍ୟେକ ଘରର ମୁଖ୍ୟ ମହିଳାଙ୍କୁ ମାସିକ ୨ ହଜାର ଟଙ୍କା ଭତା, ପ୍ରତି ପରିବାରକୁ ମାସିକ ୫ଶହ ଟଙ୍କାରେ ସିଲିଣ୍ଡର,ବାର୍ଦ୍ଧକ୍ୟ ବିଧବା ଓ ଦିବ୍ୟାଙ୍ଗ ଭତା ୨ହଜାର ସହ ସହ ଚାକିରି କ୍ଷେତ୍ରରେ ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଓ ୨୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା,୫ଲକ୍ଷ ଯୁବକଯୁବତୀଙ୍କୁ ନିଯୁକ୍ତି, ଚିଟଫଣ୍ଡ ଜମାକାରୀଙ୍କୁ ୬ମାସ ମଧ୍ୟରେ ସୁଧ ସହ ଜମାରାଶି ଫେରସ୍ତ, ଆଦିବାସୀ ଓ ଦଳିତଙ୍କ ନିଜ ଜମି ଓ ଜଙ୍ଗଲ ଜମି ଉପରେ ସଂପୂର୍ଣ୍ଣ ଅଧିକାର ଏବଂ ଶହେ ଦିନ ମଧ୍ୟରେ ପେସା ଆଇନକୁ କଡାକଡି ଭାବେ ଲାଗୁ କରାଯିବାକୁ ଗ୍ୟାରେଂଟି କାର୍ଡରେ ପ୍ରତିଶ୍ରୃତି ଦିଆଯାଇଛି ।

ସାମ୍ବାଦିକ ସମ୍ମିଳନୀରେ ଅଣ ସଂଘଟିତ ଶ୍ରମିକ ଓ କର୍ମାରୀକଂଗ୍ରେସ ରାଜ୍ୟ ଅଧ୍ୟକ୍ଷ୍ ଵିଦ୍ୟା ଧର ମହାନ୍ତି ନୂତନ ଭାବେ ନିଯୁକ୍ତ ପିସିସି ସାଧାରଣ ସଂପାଦକ ସନ୍ତୋଷ ନନ୍ଦ,ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଆରତୀ ଦେଓ,ପିସିସି ସଂପାଦକ ସୁଦିପ କର,ଭାସ୍କର ମହାନ୍ତି,ଅଜୟ ସାମଲ,ବିଭୂତି ମହାପାତ୍ର,ଆଦିତ୍ୟ ମହାନ୍ତି,ବଳଭଦ୍ର ଦାସ,ଅକ୍ଷୟ ଜେନା,ଦୁଯ୍ୟୋଧନ ବେହେରା,ଦିଲିପ ଦାଶ, ବିଳାସ ରାଉତ,ନାରାୟଣ ସାମନ୍ତ,ଆଲୋକ ବେହେରା, କିଷାନ ପଣ୍ଡା,ଗଦାଧର ଦାସ,ଅଂଚଳ ଦାସ,ପୂର୍ଣ୍ଣଚନ୍ଦ୍ର ଜେନା,ଦେବେନ୍ଦ୍ର ପଣ୍ଡା,ଶ୍ୟାମସୁନ୍ଦର କର, ପ୍ରମୋଦ ଦାସ,ମହେଶ୍ୱର ଦାସ,ଅନିଲ ମହାନ୍ତି,ପ୍ରଫୁଲ ରାୟ,ଅମରେଶ ପରିଡା,ମନୋଜ ଦାସ,ମଧୁସ୍ମିତା ଆଚାର୍ଯ୍ୟ,,ଅକ୍ଷୟ ସାମଲ,କନକ ମଲ୍ଲିକ,କନକ ରାଉତ,ରାଈଚରଣ ମହାନ୍ତି,ରାଜୀବ ମହାପାତ୍ର,ଚନ୍ଦ୍ର ଶେଖର ଧଳ,ପ୍ରବୋଧ ଦାଶ,ଶିଶିର ମିଶ୍ର,ପ୍ରଶାନ୍ତ ସାହୁ,ନିକୁଞ୍ଜ ସାମଲ,ଭରତ ବେହେରା,ଅକ୍ଷୟ ଶତପଥୀ,ହୃଷିକେଶ ଜେନା,ମନୋଜ ଦାସ,ପ୍ରଶାନ୍ତ ସାହୁ,ଅରଜିତ ନାୟକ,ଗୋବିନ୍ଦ ସାହୁ,ବିଦ୍ୟାଧର ବାରିକ, ରଘୁନାଥ ସାହୁ ଓ ବିଜୟ ମହାପାତ୍ର ପ୍ରମୁଖ ବିଭିନ୍ନ ବ୍ଲକରୁ ନେତୃମଣ୍ଡଳୀମାନେ କଂଗ୍ରେସର ଗ୍ୟାରେଟିଂ ଘୋଷଣା ସମୟରେ ଉପସ୍ଥିତ ଥିଲେ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button